(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)୦୮।୦୪।୨୬ ଉର୍ଲାଦାନୀ ପଂଚାୟତ ସ୍ଥିତ ବାଞ୍ଜିମୁଣ୍ଡା ଗ୍ରାମ ରେ , ମୋ ଜନତା ମୋ ଶକ୍ତି ଓ ଅଗ୍ରୱାଲ ମେଡିକାଲ ଓ ହେଲଥ କେୟାର ଆନୁକୂଲ୍ୟ ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ପ୍ରକାଶ ଥାଉ କି ଉକ୍ତ କାର୍ଯ୍ୟକ୍ରମ ରେ ଆଦିବାସୀ ଦୁର୍ଗମ ଅଂଚଳ ର ବହୁ ସଂଖ୍ୟା ରେ ବୟସ୍କ ବୟସ୍କା ରୋଗୀ ମାନଙ୍କ ଶରୀର ପରୀକ୍ଷଣ କରି ମାଗଣା ଔଷଧ ବଣ୍ଟନ କରାଗଲା । ଉକ୍ତ କାର୍ଯ୍ୟକ୍ରମ ରେ ମ.ରାମପୁର ଓ ଉର୍ଲାଦାନୀ ହସ୍ପିଟାଲ ର ଡ଼ ସମ୍ବିତ୍ କୁମାର ନାୟକ, ଡ଼ ଅଭିଷେକ ନରେନ୍ଦ୍ର ଓ ଫାର୍ମାସିଷ୍ଟ ଶ୍ରୀ ଗୋପାଳ ଚନ୍ଦ୍ର ଭୋଇ ଉପସ୍ଥିତ ରହି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ! ଉକ୍ତ କାର୍ଯ୍ୟକ୍ରମ ପାଇଁ ଶ୍ରୀ ସୁମିତ ଅଗ୍ରୱାଲ , ଅମିତ ଅଗ୍ରୱାଲ ଓ ନୀଳମାଧଵ ସିଂ ଦେଓ ସମସ୍ତଙ୍କୁ ଧନ୍ୟବାଦ୍ ସହ ଆଗାମୀ ଦିନରେ ଏହି ଭଳି ଆହୁରି କାର୍ଯକ୍ରମ ହାତକୁ ନିଆଯିବ ବୋଲି କହିଥିଲେ। କାର୍ଯକ୍ରମ ରେ ଶ୍ରୀ ମିନେଶ ନାୟକ, ଶ୍ରୀ ପ୍ରତାପ ମାଝୀ, ମନୋଜ ସା ଓ ବିଡାବାରୁ, ଉର୍ଲାଦାନୀ,ଲାହାଡ଼ି ଗ୍ରାମ ର ଯୁବକ ଭାଇ ମାନେ ସହଯୋଗ କରିଥିଲେ ।
