*ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ କରଙ୍ଗାମାଳ ସେବାଶ୍ରମର ଅନ୍ତେବାସିନୀମାନେ ପାବେଶିକା ପରୀକ୍ଷା ରେ ପାଞ୍ଚ ଜନ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସଫଳତା ସହ ପ୍ରବେଶ କରିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ତା:୦୭.୦୪.
ନୂଆପଡ଼ା ଜିଲ୍ଲା କରଙ୍ଗମାଲ ସେବା ଶ୍ରମ ବିଦ୍ୟାଳୟ ରୁ ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ କରଙ୍ଗାମାଳ ସେବାଶ୍ରମର ଅନ୍ତେବାସିନୀମାନେ ସଫଳତା ସହ ପ୍ରବେଶ କରିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅନୁଷ୍ଠାନ ପାଇଁ ସୁନାମ ଓ ଗୌରବ ଆଣି ଦେଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଅନ୍ତେବାସିନୀ ଛାତ୍ରୀ ହେଲେ ଇନ୍ଦୁସ୍ମିତା ବାଗ, ଅନୁସୟା ଧରୁଆ, କୋଲେଶ୍ୱରୀ ମାଝୀ ଓ ଉଷା ଭୋଇ ଅନ୍ୟତମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ପଞ୍ଚମ ଶ୍ରେଣୀ ଛାତ୍ରୀ ଗୋଲାପି ମାଝୀ କୃତିତ୍ୱ ହାସଲ କରି ସେବା ଶ୍ରମକୁ ସୁନାମ ଓ ଗୌରବ ଆଣି ଦେଇଛନ୍ତି।ପ୍ରବେଶିକା ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତ ଅନ୍ତେବାସିନୀ ଛାତ୍ରୀଙ୍କୁ କରଙ୍ଗାମାଲ୍ ଅନୁଷ୍ଠାନ ତରଫରୁ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ବିପୁଳ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
