ବିପୁଳ ଗ୍ୟାସ ସିଲିଣ୍ଡର ଜବତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ,ନିପ୍ର): ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଘମାଘୋଟ ଯୁଦ୍ଧ ଫଳରେ ଭାରତ ର ଗ୍ୟାସ ସଂଙ୍କଟ ଦେଖିବାକୁ ମିଳୁଛି। କିନ୍ତୁ ଏହାର ଫାଇଦା କିଛି ଅସାଧୁ ବ୍ୟବସାୟୀ ତଥା ହୋଟେଲ କର୍ମଚାରୀ ଏହାର ଫାଇଦା ଉଠାଉଛନ୍ତି। ସୂଚନାଯୋଗ୍ୟ ସୋର ଥାନା ବାଳଙ୍ଗ ପଞ୍ଚାୟତ ବାଳଙ୍ଗ ଗ୍ରାମରେ ଗ୍ୟାସ ଟାଙ୍କି କଳା ବଜାରୀ ଅଭିଯୋଗରେ ଗ୍ୟାସ ସିଲିଣ୍ଡର ସମେତ ଏକ ଗାଡିକୁ ଜବତ କରାଯାଇଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ବାସୁଦେବପୁରର ଶ୍ରୀ ଗୋପାଳ ଭାରତ ଗ୍ୟାସ ଏଜେନସି ବାଳଙ୍ଗ ଗ୍ରାମକୁ ଗ୍ୟାସ ସିଲିଣ୍ଡର ଦେବାକୁ ଆସିଥିବା ବେଳେ ଗ୍ରାମବାସୀ ମାନେ ଗ୍ୟାସ କଳା ବଜାରୀ ହେଉଥିବା ଅଭିଯୋଗରେ ଓଡି ୨୨ ଏସ ୮୪୭୨ ନମ୍ବର ବିଶିଷ୍ଟ ଟାଟା ଏସି ଗାଡି ସମେତ ଚାଳକକୁ ଅଟକ ରଖିଥିଲେ।ଖବର ପାଇ ଅନନ୍ତପୁର ଥାନା ପୁଲିସ ଏବଂ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ଗ୍ୟାସ ବୋଝେଇ ଗାଡି ସମେତ ୨୮ ଟି ସିଲିଣ୍ଡରକୁ ତହସିଲ ପକ୍ଷରୁ ଜବତ କରାଯାଇ ତହସିଲ ପରିସରରେ ରଖା ଯାଇଛି।
