*ନୂଆପଡ଼ା ଜିଲ୍ଲା ଖଡିଆଳ ଓକିଲ ସଂଘ ନୂତନ କାର୍ଯ୍ୟକର୍ତ୍ତା ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ଓକିଲ ସଂଘ ନୂତନ କାର୍ଯ୍ୟକର୍ତ୍ତା ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ରୂପେ ଗୋବର୍ଦ୍ଧନ ସୁନା ଚତୁର୍ଥ ଥର ପାଇଁ ବିଜୟୀ ହୋଇଛନ୍ତି। ସେ ପଦ, ମର୍ଯ୍ୟାଦା ଓ ଗୋପନୀୟତା ଶପଥ ଗ୍ରହଣ କରିଥିଲେ। ସେହିପରି ଉପସଭାପତି ରୂପେ ସତ୍ୟ ପ୍ରିୟ ମୁଣ୍ଡ, ସମ୍ପାଦକ ରୂପେ ନନ୍ଦଲାଲ ପାଣ୍ଡେ, ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ପ୍ରଧାନୀ, କୋଷାଧକ୍ଷ ସତ୍ୟ ନାରାୟଣ ଦାଶ, ଲାଇବ୍ରେରିଆନ ପାଣ୍ଡବ କୁମାର, କାର୍ଯ୍ୟକାରୀ ସଦସ୍ୟ ଅସିତ୍ ଚନ୍ଦ୍ର ମହାପାତ୍ର, ମନୋରଞ୍ଜନ ମହାପାତ୍ର, ଦୁତୀ କୃଷ୍ଣ ବେହେରା, ଭବାନୀ ଶଙ୍କର ପାଢୀ, ସପନା ରଥ, ଶପଥ ନେଇଛନ୍ତି। ଖଡିଆଳ ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମସ୍ତ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସମସ୍ତ ପଦ ପାଇଁ ଅନ୍ୟ କୌଣସି ସଦସ୍ୟ ନିଜ ନାମାଙ୍କନ ପାତ୍ର ଦାଖଲ କରି ନଥିବା ରୁ ସମସ୍ତ କର୍ମକର୍ତ୍ତା ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଅଚ୍ୟୁତାନନ୍ଦ ନାଗ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ରେ ଶେଷ ହୋଇଅଛି।
