SLUG – ଗଡବାଣିକିଲୋ ସରକାରୀ ସ୍କୁଲରେ ପୁରସ୍କାର ବିତରଣ ଏବଂ ଶହିଦ ରଘୁ ଦିବାକରଙ୍କ ଫାସୀ ଦିବସ ପାଳନ,,।
Format –
Place – ଗଡବାଣିକିଲୋ/ରଣପୁର
Date – 05/04/2026
Anchor -ଶହିଦ ମାଟିର ଗାଁ ଗଡବାଣିକିଲୋ,, ଯେଉଁ ମାଟିକୁ ଚିପୁଡିଲେ ରକ୍ତ ନିଗିଡେ,,,ସେହି ଗାଁର ପୁଅ ଦିବାକର ପରିଡ଼ା ଯିଏ ଆଜିର ଦିନରେ ଅର୍ଥାତ୍ ଅପ୍ରେଲ ମାସ ଚାରି ତାରିଖ ଯେଉଁ ଦିନ ତାଙ୍କୁ ଫାସୀ ଖୁଣ୍ଟରେ ଝୁଲା ଯାଇଥିଲା ,,ସେହି ଆଜିର ଦିକୁ ରଣପୁର ରେ କଳା ଦିବସ ଭାବେ ପାଳନ କରାଯାଏ,,। ସୁଚନା ମୁତାବକ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଅନ୍ତର୍ଗତ ଗଡବାଣିକିଲୋ ସ୍କୁଲ ପରିସର ରେ ଯେଉଁଠି ଶହିଦ ଦିବାକର ପରିଡ଼ା ଙ୍କ ଅଧୟନ ଆରମ୍ଭ ହୋଇଥିଲା,, ସେହି ଜନ୍ମ ମାଟି ଗଡବାଣିକିଲୋ ରେ କୁନିକୁନି ସ୍କୁଲ ପିଲାମାନଙ୍କ
ଦ୍ବାରା ଆଜି ଶହୀଦ ରଘୁ-ଦିବାକର ଙ୍କ ବଳିଦାନ ତଥା ଫାସୀ ଦିବସ ପାଳିତ ହୋଇଯାଇଛି,,। ଅପ୍ରେଲ ଚାରି ଆଜିର ଏହି ଦିନକୁ ରଣପୁର ଅଞ୍ଚଳବାସୀ କଳାଦିବସ ରୂପେ ପାଳନ କରୁଛନ୍ତି। ଏହି ଦିବସରେ କୁନିକୁନି ପିଲାମାନେ ଦିବାକର ପରିଡ଼ାଙ୍କ ଲିଖିତ ଜାଗି ଉଠ କବିତା ନିଖୁଣ ଭାବେ ପାଠ କରିଥିଲେ,,।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବାଶିଷ ପରିଡ଼ା, ସ୍ଥାନୀୟ ସରପଞ୍ଚ ବ୍ରଜକିଶୋର ରାଉତରାୟ ଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରଣପୁର ରୁ ଦିଲିପ ପରିଡ଼ା ଙ୍କ ରିପୋର୍ଟ ଭଞଦୂତ ଡିଜିଟାଲ।
Byte ୧ ଦେବାଶିଷ ପରିଡ଼ା (ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ରଣପୁର)
Byte ପ୍ରଫୁଲ୍ଲ କୁମାର ନାୟକ (ସମାଜସେବୀ ତଥା ବିଜେଡି ଯୁବ ସଂପାଦକ ଓଡ଼ିଶା)
