*ବନ୍ଧୁ ହେବତ ଏମିତି, ତିନି ବନ୍ଧୁଙ୍କ ସମ୍ପର୍କ ଅତି ଅନନ୍ୟା, ନିଆରା,*
ନୂଆପଡା(ମିଖାଏଲ ନନ୍ଦ)
ତା:୦୪.୦୪.
ସମାଜ ରେ ଅନେକ ସମ୍ପର୍କ ରହିଥାଏ। କିନ୍ତୁ ବନ୍ଧୁ ସମ୍ପର୍କ ସବୁଠାରୁ ଭିନ୍ନ ଅଟେ। ବନ୍ଧୁ ସମ୍ପର୍କ ଖୋଜିବାକୁ ଯାଇ ତାଙ୍କ ଜୀବନ ଅତି ସରଳ ଏବଂ ନିଷ୍କପଟ ରହିଥାନ୍ତି। ଏହିପରି ଖଡିଆଳ ରେ ବସବାସ କରୁଥିବା ତିନି ବନ୍ଧୁଙ୍କ ସମ୍ପର୍କ ଉପରେ ଆଲୋକପାତ କରୁଅଛି। ବନ୍ଧୁ ହେବତ ଏମିତି, ତିନି ବନ୍ଧୁଙ୍କ ସମ୍ପର୍କ ଅତି ଅନନ୍ୟା, ନିଆରା ସମ୍ପର୍କ ଡୋରୀ ବାନ୍ଧି ହୋଇ କେବଳ ବନ୍ଧୁ ଗହଣ ରେ ସମୟ ଅତିବାହିତ କରି ଏକମାତ୍ର ଲକ୍ଷ୍ୟ ଅଟେ। ସେମାନେ କେବଳ ସମୟ ଅତିବାହିତ କରି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଖଡିଆଳ ଈଶ୍ୱର ଅଗ୍ରୱାଲ, ତାଙ୍କ ସହ ନରେନ୍ଦ୍ର ଭୋଇ ଏବଂ ସନାତନ ସାହୁ। ଈଶ୍ୱର ଅଗ୍ରୱାଲତାଙ୍କ ଏକ ଦୋକାନ ରହିଅଛି। ସେ ନିଜ ଦୃଷ୍ଟି ଶକ୍ତି ହରାଇ ବସିଥିବା ବେଳେ ତାଙ୍କ ଦୁଇ ବନ୍ଧୁ ଆସି ତାଙ୍କ ସହଯୋଗ କରିଥାନ୍ତି। ତାଙ୍କୁ ମନ୍ଦିର ଦର୍ଶନ ପାଇଁ ତିନି ଜଣ ବନ୍ଧୁ ଏକାଠି ହୋଇ ଅନ୍ଧ ବନ୍ଧୁଙ୍କୁ ଧରି ନଗର ପରିକ୍ରମା ପରେ ମନ୍ଦିର ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥାନ୍ତି। ସମସ୍ତେ ସକାଳ ଏବଂ ସନ୍ଧ୍ୟା ଦୁଇ ସମୟ ଏକାଠି ସମୟ ବିତାଇଥାନ୍ତି। ସମସ୍ତେ ଉଭୟ ଉଭାୟଙ୍କ ଉପରେ ନିର୍ଭରଶୀଳ। ତାଙ୍କ ସମ୍ପର୍କ ଗାଥା ଏହି ଫଟୋ ରେ ଉଲ୍ଲେଖ କରିବ। ସମ୍ପର୍କ ହେବାତ ଏମିତି। ନିଶ୍ୱର୍ଥପର୍ ଜୀବନ କେବଳ ବନ୍ଧୁ ଙ୍କ ଠାରେ ଦେଖାଯାଇଥାଏ।
