ଓଡ଼ିଆ ପକ୍ଷ ପାଳନ ମହୋତ୍ସବରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଦେବଗଡ଼: ଓଡ଼ିଆ ପକ୍ଷ ପାଳନ ମହୋତ୍ସବ ଅବସରରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ନୂଆଁପଡାସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ଜାତୀୟ ସେବା ଯୋଜନା (NSS) ଓ ଯୁବ ରେଡକ୍ରସ୍ର ମିଳିତ ଉଦ୍ୟମରେ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରୋହିତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।
ଏହି ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବେଦ ବିଭାଗର ସହାୟକ ଆଚାର୍ଯ୍ୟ ଡଃ ଚନ୍ଦନ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସେହିପରି ଦେବଗଡ଼ ରକ୍ତଭଣ୍ଡାରର ଡଃ ଏଚ୍.କେ. ହାଁସଦା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନର ମହତ୍ତ୍ୱ ଓ ମାନବସେବାରେ ଏହାର ଅପରିହାର୍ଯ୍ୟତା ସମ୍ପର୍କରେ ଉପଦେଶମୂଳକ ତଥ୍ୟ ପ୍ରଦାନ କରିଥିଲେ।
ଦେବଗଡ଼ ରକ୍ତଭଣ୍ଡାରର ସହଯୋଗରେ ଏବଂ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ତନୋଜ କୁମାର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରୁ ମୋଟ ୩୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
କାର୍ଯ୍ୟକ୍ରମରେ ବରିଷ୍ଠ ବିଭାଗ (+୩) ଯୁବ ରେଡକ୍ରସ୍ କାଉନସିଲର ଯଦୁମଣି ସାହୁ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିବା ବେଳେ, କନିଷ୍ଠ ବିଭାଗ (+୨) ଯୁବ ରେଡକ୍ରସ୍ କାଉନସିଲର ରଘୁନାଥ ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି ଶିବିରକୁ ବୁଦ୍ଧଦେବ ପ୍ରଧାନ, ଅଭୟ କୁମାର ସାହୁ, ଡଃ ଉମାକାନ୍ତ ସାହୁ, ସତୀଶ ମହାପାତ୍ର, ମାନସ ରଞ୍ଜନ ମହାପାତ୍ର, ସନ୍ତୋଷ ରାଉଳ, ଡଃ ଲକ୍ଷ୍ମୀପ୍ରିୟା ସାହୁ ସହିତ ଅନ୍ୟାନ୍ୟ ଅଧ୍ୟାପକମାନେ ସକ୍ରିୟ ସହଯୋଗ କରିଥିଲେ। ତଥା ଅଣଶିକ୍ଷକ କର୍ମଚାରୀ ତ୍ରିପୁରା ମୋହନ ମାଝୀ, ଇନ୍ଦ୍ରମଣି ମାଝୀ, ନରୋତ୍ତମ ସାହୁ, ସଞ୍ଜୀତ କୁମାର ଶତପଥୀ, ମନୋଜ ସାହୁ, ଅଜିତ ପାତ୍ର, ପିପନ କୁମାର ସେଠୀ, ଶରତ ବେହେରା ଆଦି ମଧ୍ୟ ସହଯୋଗ କରିଥିଲେ।
ସ୍ବେଚ୍ଛାସେବୀ ଦୀକ୍ଷା, ବିନାଶିନୀ, ଦିପ୍ତିମୟୀ, ପୂର୍ଣ୍ଣିମା, ଶିବାନୀ, ସିଲି, ରଶ୍ମିତା ଗୋରବ ଓ ଅମରେଶ ପ୍ରମୁଖଙ୍କ ଉଲ୍ଲେଖନୀୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଶେଷରେ ସମସ୍ତଙ୍କ ପାଇଁ ମିଷ୍ଟାନ୍ନର ବ୍ୟବସ୍ଥା କରାଯାଇଥିଲା।
