କଳାହାଣ୍ଡି କୈବର୍ତ୍ତଙ୍କର ମା ଅଶ୍ବିନୀ ବାସେଳୀ ପୂଜାର୍ଚ୍ଚନା
ଲାଞ୍ଜିଗଡ (ଭଞଦୂତ ନି ପ୍ର) (ଈଶ୍ବର ଚନ୍ଦ୍ର ନାୟକ) : “ପବିତ୍ର ଚଇତି ପର୍ବ ନିଖିଳ ଓଡିଶା କୈବର୍ତ୍ତ ମହାସଭା , କଳାହାଣ୍ଡି ଦ୍ୱାରା ପାଳିତ ହୋଇଯାଇଛି ।ଉକ୍ତ ପର୍ବରେ ମ.ରାମପୁର, କାର୍ଲାମୁଣ୍ଡା, କେସିଙ୍ଗା,ଭବାନିପାଟଣା, ରାୟଗଡା, ମୁନିଗୁଡ଼ା ବଲାଙ୍ଗୀର, ଗୁଡଭେଲା, ଅମ୍ବାଦୋଲା ତଥା ଜିଲ୍ଲାର ଅନ୍ୟାନ ଅଞ୍ଚଳରୁ ଶତାଧିକ ଲୋକ ଭାଗ ନେଇଥିଲେ । ସକାଳ ୯.୩୦ ରେ କଳସ ଯାତ୍ରା ଆରମ୍ଭ ହୋଇଥିଲା ।କଳସ ପୂଜା ମଣ୍ଡପରେ ପହଞ୍ଚିଲା ପରେ ପୂଜା କାର୍ଯ୍ୟ ହୋଇଥିଲା । ତୁଳାପଡା ଗ୍ରାମର ସମସ୍ତ ଦେବା ଦେବୀଙ୍କ ଚରଣ ପୂଜନ କରାଯାଇଥିଲା । ଗ୍ରାମ ଦେବା ଦେବୀଙ୍କ ପୂଜନ ପରେ କୈବର୍ତ୍ତ କୂଳ ଆବାଳ ବୃଦ୍ଧ ବନିତା ନଗର ପରିକ୍ରମା କରିଥିଲେ । ନଗର ପରିକ୍ରମା ପରେ ଏକତ୍ର ହୋଇ ପତାକା ସମ୍ମାନୀୟ ଅତିଥି ,ମୂଖ୍ଯ ଅତିଥି ତଥା ବରିଷ୍ଠ ନାଗରିକ ଦ୍ୱାରା ଉତ୍ତୋଳନ କରାଯାଇ ଥିଲା । ଅତିଥି ମାନଙ୍କ ଦେବୀ ଦର୍ଶନ ପରେ ମଞ୍ଚକୁ ସଭାପତି ସଂପାଦକ ପାଛୋଟି ନେଇଥିଲେ । ମଞ୍ଚ ସ୍ଥଳରେ ଶ୍ରୀରାମଙ୍କ ପୂଜାର୍ଚ୍ଚନାପରେ ମଞ୍ଚ କାର୍ଯ୍ୟକ୍ରମ ଆଗେଇ ଥିଲେ । ଚଇତି ପରବ ସଭା କାର୍ଯ୍ୟର ମୂଖ୍ଯ ଅତିଥି ଶ୍ରୀ ଚକାମନ ନାଏକ ( ଜାତି ବରିଷ୍ଠ ,ପୂର୍ବତନ ସରପଞ୍ଚ ବେଲଖଣ୍ଡି ସମ୍ମାନୀୟ ଅତିଥି ଶ୍ରୀ ଶରତ ଚନ୍ଦ୍ର ସେଠୀ ( ବିଡିଓ , ମ.ରାମପୁର ) ସଭାପତି ଈଶ୍ବର ଚନ୍ଦ୍ର ନାୟକ, ସଂପାଦକ- ବୁଡୁ ମହାଲିଙ୍ଗ, ବରିଷ୍ଠ ନାଗରିକ ମନମୋହନ ନାଏକ , ମୋହିତ ପ୍ରଧାନ, ଲକ୍ଷ୍ମଣ ଷଡଙ୍ଗୀ ,ମାୟାଧର ପଧାନ , ଲାଦୁରାମ ଝାଙ୍କର ,ଭଜମନ ଦେହୁରୀ ,ବିଦ୍ୟାଧର ବାଘ ,ରବିନ୍ଦ୍ର ପାଣ୍ଡେ, ପ୍ରଦ୍ୟୁମ୍ନ ଦେହୁରୀ ,ସୁଦାମ ମହାଲିଙ୍ଗ, ଚିନ୍ତାମଣି ପାଣ୍ଡେ, ଶ୍ରୀମତୀ ଧନମତୀ ମହାଲିଙ୍ଗ, ଶ୍ରୀମତୀ ଜୟନ୍ତୀ ବେରିଆ ,କୁମାରୀ ଶାଲୋରୀ ଶ୍ରୀୟା ନାୟକ ସଭାକାର୍ଯ୍ୟ ତୁଲାଇ ଥିଲେ । ବକ୍ତାମାନେ ନିଶାନିବାରଣ, ଶିକ୍ଷା ,ନାରୀ ଶିକ୍ଷା ,ସଂସ୍କାରରେ ଜାତିକୁ ଆଗେଇ ନେବାକୁ ମତ ରଖିଥିଲେ। ସଭାପତି ଚଇତି ପରବରେ ମା ଅଶ୍ୱିନୀ ବାସେଳୀ ଓ କୈବର୍ତ୍ତ ଗୀତା ଉପରେ ଆଲୋକପାତ କରିଥିଲେ । ଦାମୋଦର ସେଠ , ବୃନ୍ଦା ନାଏକ, ଭୁପିନ୍ଦ୍ର ସେଠ ,ସନ୍ତୋଷିନୀ ନାଏକ, ମଇଥିଲି ମହାଲିଙ୍ଗ, ପଦ୍ମା ସେଠ ଓ ଅନ୍ୟାନ ମହିଳାମାନେ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ଅତିଥି ସତକାର ଓ ଜାତିଭାଇଙ୍କର ସେବାରେ ସୁରେଶ ମଲ୍ଲିକ, କିଶୋର ମହାଲିଙ୍ଗ, ପରମା ନାଏକ, ପିଣ୍ଟୁ ନାଏକ, ରାହାସ ସା ,ମୁକୁନ୍ଦ ନାଏକ, କୃଷ୍ଣ ନାଏକ,
ଶେଷ ମହାଲିଙ୍ଗ, ଭୋଦେବ ନାଏକ, ପର୍ଶୁରାମ ଝାଙ୍କର, ନିର୍ମଳ ଦଳେଇ, ତପନ ନାଏକ, ସଦାନନ୍ଦ ନାଏକ, ରଞ୍ଜନ ନାଏକ ତଥା ଅନ୍ୟ ଯୁବକମାନେ ସହଯୋଗ କରିଥିଲେ ।
