ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏକ ସରକାରୀ କାର୍ଯ୍ଯକ୍ରମରେ ବିଜେପି ର ଅନ୍ତଦ୍ୱନ୍ଦ ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପ୍ରାଣୀ ସମ୍ପଦ ଚିକିତ୍ସାଳୟ ର ନୂତନ ଗୃହ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ଦଳଡିଆଁ ନେତା ତଥା ଘର ବାହୁଡ଼ା ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ, ବିଜେପି ଜିଲ୍ଲା ସଭାପତି ପ୍ରତାପ ଷଡଙ୍ଗୀ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଆଇନଜିବୀ ରାଜକିଶୋର ବେହେରା ଓ ବିଜେପି କିଛି ନେତାଙ୍କୁ ଦେଖିବାକୁ ମିଳୁଥିବା ବେଳେ ଜଗତସିଂହପୁର ମାଟିର ପୁଅ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଓ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଙ୍କୁ ଦେଖିବାକୁ ମିଳିନଥିଲା। ଏହି ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜେ ସୋନାଲ, ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ, ବିଡିଓ ବିରଞ୍ଚି ନାରାୟଣ ବେହେରା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଗୃହ ଉଦଘାଟନ କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶିଳ୍ପ ମନ୍ତ୍ରୀ ଉପସ୍ଥିତ ରହିବା ନିମନ୍ତେ ଫଳକରେ ନାମ ଲେଖାଥିଲା ବେଳେ କେଉଁ ଅଦୃଶ୍ୟ ଶକ୍ତି ବଳରେ ସେ ଓ ଜଗତସିଂହପୁର ବିଧାୟକ ଅନୁପସ୍ଥିତ ରହିଲେ ସେ ନେଇ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଜେପି ଦଳ ଛାଡ଼ି ଶଙ୍ଖ ଦଳକୁ ଡେଇଁ ତିର୍ତ୍ତୋଲ ବିଧାୟକ ହୋଇଥିବା ଶ୍ରୀ ଭୋଇ ପୁଣି ସେ ଦଳ ସହିତ ବିଶ୍ବାସ ଘାତକ କରି ମନ୍ତ୍ରୀ ଙ୍କ ଗାଡିରେ ଏହି ସରକାରୀ କାର୍ଯ୍ୟକ୍ରମକୁ ଲୁଚି କରି ଆସିବା ଘଟଣା ଆହୁରି ଚହଳ ସ୍ରୁଷ୍ଟି କଲାଣି ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ । ଆଗାମୀ ପଞ୍ଚାୟତ ନିର୍ବାଚନ ବେଳକୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଭାଗ୍ୟ ଯେ କେଉଁ ନେତାଙ୍କ ମୁଣ୍ଡରେ ପଗଡି ବନ୍ଧା ହେବ ସେନେଇ ବିଜେପି ମହଲରେ ଚାପା ଗୁଞ୍ଜରଣ ସ୍ରୁଷ୍ଟି କଲାଣି। ଏହି ସରକାରୀ କାର୍ଯ୍ୟକ୍ରମ ପରେ ବିଜେପି ଦଳ ପକ୍ଷରୁ ଫିଲ୍ମ ହଲ୍ ସାମନାରେ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ବହୁ ପୁରୁଣା ବିଜେପି କର୍ମୀ ବା ଶୁଭେଚ୍ଛୁ ମାନଙ୍କୁ ଦେଖିବାକୁ ମିଳିନଥିଲା। ଏହି ଦଳୀୟ କାର୍ଯ୍ୟକ୍ରମରେ ବିଜେପିର ଯେଉଁ ହାତ ଗଣତି କିଛି ମହିଳା ଓ ଯୁବ କର୍ମୀମାନେ ଥିଲେ ସେମାନଙ୍କ ପାଇଁ ଏହି ପ୍ରବଳ ଖରାରେ ପାନୀୟ ଜଳର ସୁବିଧା ଥିଲା ନା ମଧ୍ୟାହ୍ନ ଭୋଜନର ସୁବିଧା ଥିଲା, ଯାହାକୁ ନେଇ ବିଜେପି ଦଳ କର୍ମୀ ଅସନ୍ତୋଷ ପଦାରେ ପଡିଥିଲା। ଏପରିକି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କର୍ମୀ ମାନଙ୍କୁ ଦିଆଯାଉଥିବା ପୁଡିଆ ପ୍ୟାକେଟରେ ବି ସମସ୍ତଙ୍କୁ ଦିଆ ହୋଇପାରି ନଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନ ବେଳକୁ ବିଜେପି ଦଳ ଅବସ୍ଥା ଶୋଚନୀୟ ହୋଇପଡ଼ି ବାକୁ ବସିଥିବା ବେଳେ ବିଜେପି ଦଳ ପକ୍ଷରୁ ଯୁବ ନେତୃତ୍ୱ ପ୍ରତି ଯେପରି ଗୁରୁତ୍ଵ ଦିଆଯାଉନାହିଁ। ଯାହାକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ମନରେ ଅସନ୍ତୋଷ ଦେଖାଦେଲାଣି। ପୂର୍ବ ନିର୍ବାଚନ ଗୁଡିକ ସମୟରେ ଯେଉଁ ଦୁଇ ନେତା ଦଳ ମଙ୍ଗୁଆଳ ଧରିଥିଲେ ସେମାନଙ୍କ ଉପରେ ଆଉ କର୍ମୀ ମାନଙ୍କ ଭରସା ପାଉନାହିଁ କି ସେମାନେ ଦଳ ସଂଗଠନକୁ ମଜବୁତ୍ କରିବାକୁ ଚାହୁଁନାହାନ୍ତି, ତେଣୁ ରଘୁନାଥପୁର ବ୍ଲକ ରେ ଏକ ନୂଆ ଯୁବ ନେତୃତ୍ୱ କୁ ଦାୟିତ୍ଵ ଦେବା ପାଇଁ କର୍ମୀ ମହଲରେ ଦାବି ହେଉଛି। ନେତା ମାନଙ୍କ ମଜବୁରୀ ପାଇଁ କର୍ମୀ ମାନେ ବି ଦଳ ସଂଗଠନ ନଦେଖି ଚିଠା ହାସଲ କରି କାମ ବିକ୍ରୟ କରୁଛନ୍ତି ଯାହା କୁ ନେଇ ରଘୁନାଥପୁର ବ୍ଲକ ରେ ବିବାଦ ଚରମ ସୀମାରେ ପହଞ୍ଚି ଗଲାଣି । ବର୍ତ୍ତମାନ ଘର ବାହୁଡ଼ା ହୋଇଥିବା ତିର୍ତ୍ତୋଲ ବିଧାୟକ କେଉଁ ପ୍ରକାରର କାମ ଚିଠା କାହାକୁ ଦେବେ ସେ ନେଇ ବି ବିଭିନ୍ନ ମହଲରୁ ଧମକ ଆରମ୍ଭ ହେଲାଣି। ସେ ବିଜେଡି ଦଳ ସହିତ ବେଇମାନ୍ କରି ଦଳ ଡେଇଁ ଥିବାରୁ ବିଜେଡି କର୍ମୀ ମାନେ କହି ବୁଲିଲେଣି ଯେ ଏଥର ପାଳି ଆମ୍ଭର ବୋଲି, ଯେଉଁଥିପାଇଁ ତିର୍ତ୍ତୋଲ ବିଧାୟକ ହରଡ ଘଣାରେ ପଡ଼ିଗଲେଣି । ରାଜନୈତିକ ସମୀକ୍ଷକ ମାନଙ୍କ ଦୂରଦୃଷ୍ଟିର ବିଚାର ଏହା ଯେ ଆଇନଜିବୀ ରାଜକିଶୋର ବେହେରା ଓ ବିଜେଡି ଦଳରୁ ନିଲମ୍ବିତ ବିଧାୟକ ରମାକାନ୍ତ ଭୋଇ କୁ ଆଉ କୌଣସି ଦଳ ତାଙ୍କୁ ଗ୍ରହଣ କରି ଦାୟିତ୍ୱ
ହସ୍ତାନ୍ତର କରିବେ ନାହିଁ ବରଂ ଦୁଇ ନେତା ଙ୍କ ରାଜନୈତିକ ଭବିଷ୍ୟତ ରେ ଡୋରି ବନ୍ଧା ହୋଇଯିବ। ରଘୁନାଥପୁର ବ୍ଲକ ଅଞ୍ଚଳରୁ ଜନୈକ ଯୁବନେତା ଜୟିପୁର ଅଞ୍ଚଳରେ ନିଜର ଦବଦବା ଦେଖାଇ ବିଜେପି ଦଳ ପାଇଁ ସମରାଭ୍ଯାସ କରୁଥିବାରୁ ତାଙ୍କର ମୁଣ୍ଡରେ ଶେଷରେ ସିରିପା ବନ୍ଧା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳୁଛି।
