ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପରୀକ୍ଷା କେନ୍ଦ୍ର ପରିଦର୍ଶନ
ଭବାନୀପାଟଣା, ୨/୪ (କିଶନ ଶର୍ମା)- ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ନିଳାଞ୍ଚଳ ପଟେଲଙ୍କ ସମେତ ମେଜର ଡ. ଜୟଦେବ ସାହୁ, ଡ. ଜୟନ୍ତ ଦଣ୍ଡସେନା ପ୍ରମୁଖ ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ +୩ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଡ. ପଟେଲଙ୍କ ଏହି ପରିଦର୍ଶନ ସ୍ଥାନୀୟ ମହାବିଦ୍ୟାଳୟର କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲା। ଡ. ପଟେଲ ଏହି କାର୍ଯ୍ୟକ୍ରମ ସହ ମହାବିଦ୍ୟାଳୟର ଅନ୍ୟାନ୍ୟ ବିଷୟ ଗୁଡିକ ବିଷୟରେ ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡଙ୍କ ସହିତ ଆଲୋଚନା କରିବା ସହ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ। ଡ. ପଟେଲଙ୍କ ଏହି କାର୍ଯ୍ୟକ୍ରମ ପାରମ୍ପରିକ ପୋଷାକ ଦିବସ ଦିନ ହୋଇଥିବା ବେଳେ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ସୁଶାନ୍ତ କୁମାର ଦାଶ ତଥା ଅନ୍ୟ କର୍ମଚାରୀମାନଙ୍କ ସହିତ ପାରମ୍ପରିକ ପୋଷାକ ଓ ଖାଦ୍ୟର ଉପାଦେୟତା ଉପରେ ଆଲୋଚନା କରିବା ସହ ପରାମର୍ଶ ଦେଇଥିଲେ। ପରୀକ୍ଷା ନିୟନ୍ତ୍ରକଙ୍କ ଏହି ପରିଦର୍ଶନକୁ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମହଲରେ ପ୍ରଶଂସା କରାଯାଇଛି।
