ଉତ୍କଳ ଦିବସରେ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର
କାମାକ୍ଷାନଗର, କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ଉତ୍କଳ ର ବରପୁତ୍ର ମାନଙ୍କ କାର୍ଯ୍ୟ ଧାରା ଉପରେ ଏକ ଆଲୋଚନା ଚକ୍ର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ପାଠକ ବିଚାର ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଯୋଗଦେଇ କଳିଙ୍ଗ ର ବରପୁତ୍ର ମାନଙ୍କ ଉପରେ ଆଲୋଚନା କରି ଯୁବ ସମାଜ ଏଥିପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟ ଉପଦେଷ୍ଟା ମେଜର ପ୍ରଭାତ କୁମାର ଦଶ ଯୋଗଦେଇ ଉତ୍କଳ ର ଗୌରବ ମଧୁସୂଦନ ଦଶ, ଉତ୍କଳର ମଣି ଗୋପବନ୍ଧୁ ଦାସ ପ୍ରମୁଖ ମହାମନୀଷୀ ମାନଙ୍କ ର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ l ବରିଷ୍ଠ ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ସାହୁ, ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ, ଅଧ୍ୟାପକ ଚିନ୍ମୟ ମିଶ୍ର,କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଅଶ୍ୱନୀ କୁମାର ସାହୁ,ଅଧ୍ୟାପକ ଚିନ୍ମୟ ମିଶ୍ର, ଆଇନଜୀବୀ ଦିଲ୍ଲୀପ କୁମାର ବରାଳ ପ୍ରମୁଖ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଆଲୋଚନା କରି ଉତ୍କଳ ର ବରପୁତ୍ର ମାନଙ୍କ ଉପରେ ଆଲୋଚନା କରିଥିଲେ l କାମାକ୍ଷାନଗର ମହାବିଦ୍ୟାଳୟର ଛାତ୍ରୀ କୃଷ୍ଣମୟୀ ବିଶ୍ୱାଳ, ଏଇ ଅବସରରେ ଉତ୍କଳ ଦିବସ ସଂପର୍କିତ କବିତା ପାଠ ଅନୁଷ୍ଠିତ ହୋଇଥିଲା l ଏଥିରେ ଦେବୀପ୍ରସାଦ ନାୟକ, ସନ୍ତୋଷ କୁମାର ମିଶ୍ର, ଗଜେନ୍ଦ୍ର କୁମାର ନାୟକ, ଜଳଧର ସ୍ୱାଇଁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ l ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ତଥା ପାଠକ ମଞ୍ଚର ଆବାହକ ଶୁଭମୟ ନନ୍ଦଙ୍କ ଆବାହକଟ୍ୱରେ ଅନୁଷ୍ଠିତ କାର୍ଯକ୍ରମ ରେ ସଦସ୍ୟ ବସନ୍ତ କୁମାର ସାହୁ,ଜଗନ୍ନାଥ ଗଡ଼ନାୟକ, ରଞ୍ଜିତକୁମାର ସାହୁ,ଦୁର୍ଗାପ୍ରସାଦ ତ୍ରିପାଠୀ, ମଧୁସୂଦନ ରାଉତ,ଭିକାରୀ ଚରଣ ନାୟକ, ଚନ୍ଦ୍ରମଣି ମଳିକ ପ୍ରମୁଖ ଉପସ୍ଥିତ ଥିଲେ l
