ଉମରକୋଟ ଉତ୍କଳ କଳା ସଂସଦ ପାଠାଗାର ପକ୍ଷରୁ ଉତ୍କଳ ଦିବସ ପାଳତ
ଉମରକୋଟ। _୧/୦୪/୨୦୨୬_ (ପ୍ରମୋଦ କୁମାର ରଥ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଡିଏନକେ ଠାରେ ଅବସ୍ଥାପିତ ଥିବା ଉତ୍କଳ କଳା ସଂସଦ କ୍ଳବ୍ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି। ୧୯୩୬ ମସିହା ଏପ୍ରିଲ ପହିଲାରେ ଭାଷା ଭିତ୍ତିରେ ଓଡ଼଼ିଶା ପାଇଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଏହି ଦିନ ଠାରୁ ପ୍ରତିଟି ଓଡ଼ିଆ ଧୁମଧାମରେ ପାଳନ କରୁଛି ଉତ୍କଳ ଦିବସ । ଶାନ୍ତି ଓ ମୈତ୍ରୀର ନୂଆ ପରିଚୟ ଓଡ଼ିଶା । ଗୌରବର ଗାଥା ଗାଉଛି ଆମ ଭାଷା, ସାହିତ୍ୟ ଓ ସଂସ୍କୃତି । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି । ଏହି ସବୁ ସଫଳତା ଓ ସ୍ମୃତିକୁ ସାଉଁଟି ଆଜି ପାଳନ ହେଉଛି ଉତ୍କଳ ଦିବସ ଏହି ଅବସରରେ ସହରର ଡିଏନକେ ଛକ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଠାରେ ଧୂପଦୀପ ଓ ପୁଷ୍ପମାଲ୍ୟ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଳା ମୂଖ୍ୟ ଚିକିତ୍ସା ଅଧିକାରୀ ତଥା ସାହିତ୍ୟିକ ଡ଼ଃ ସୁରେନ୍ଦ୍ରନାଥ ଦାସ ପତାକା ଉତ୍ତୋଳନ କରିବା ସହ ଗୋପବନ୍ଧୁ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ନିଜ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ ସମ୍ପର୍କରେ ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜସେବା କରିବାକୁ ଗୁରୁତ୍ୱ ଦେଇଥିଲେ।। ଓଡିଶା ର ସ୍ଵାଧୀନତା ସଂଗ୍ରାମୀ ଙ୍କ ପ୍ରଚେଷ୍ଟା ରେ ଗଠନ
ହେଇଥିବା ଉତ୍କଳ ରାଜ୍ୟ ର ଜମି କୁ ସୀମା ରେ ଲାଗିଥିବା ରାଜ୍ୟ ମାନେ ଲୋଲୁପ ଦୃଷ୍ଟି ପକାଇ ମାଡ଼ି ବସିଛନ୍ତି। ଏହାକୁ ଦୃଢ ଭାବରେ ବିରୋଧ କରିବା ର ସମୟ ଆସିଛି ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଉତ୍କଳ କଳା ସଂସଦ ର ସଭାପତି ବିପିନ ମାଝୀ , ଶୁଶିଲ ପଣ୍ଡା , ସତ୍ୟନାରାୟଣ ଦାସ , ସୁଧାଂଶୁ ବିଶ୍ଵାଳ, ଜି ଗୋଲ୍ଡ ସ୍ବିଥ୍ , ରିପୁନ ମହାପାତ୍ର ଏବଂ ଶହୀଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ଓଁ ପ୍ରଭା ସାହୁ , ଦୟାଲ ମିତ୍ର , ଭି ଏସ ଏନ ମୂତ୍ତି , ରାଜପ୍ରସାଦ ତୁରୁକ , ରଶ୍ମିରଞ୍ଜନ ପରିଡା , ମୁକେଶ ମଣ୍ଡଳ , ଗୀତା ପଟ୍ଟନାୟକ, ସପ୍ନା ଦାଶ, ନିବେଦିତା ପାଲ, ଛାତ୍ରଛାତ୍ରୀ, ମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ଉତ୍କଳ ଦିବସ ଅବସରରେ ପୈରପରିଷଦ ପକ୍ଷରୁ ପୈରପରିଷ ଅଧ୍ୟକ୍ଷା, କାଉନସିଲର, ଓ ପୈରପରିଷ ର ସମସ୍ତ କର୍ମଚାରୀ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଉପସ୍ଥିତ ଅନ୍ୟ ଅତିଥି ମାନେ ମଧ୍ୟ ଗୋପବନ୍ଧୁ ଦାସଙ୍କ ଓଡିଶା ପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ। ।
