*ନୂଆପଡ଼ା ଜିଲ୍ଲା ସ୍ତରୀୟ ମାରାଗୁଡା ମହୋତ୍ସବ ୨୦୨୬ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ, ମହାମିଳନର ପର୍ବ ମାରାଗୁଡା ମହୋତ୍ସବ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୧.୦୪
ନୂଆପଡ଼ା ଜିଲ୍ଲା ସ୍ତରୀୟ ମାରାଗୁଡା ମହୋତ୍ସବ ୨୦୨୬ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇ , ଜିଲ୍ଲା ସ୍ତରୀୟ ମହାମିଳନର ପର୍ବ ମାରାଗୁଡା ମହୋତ୍ସବ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ ସଭାରେ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଏସପି ଅମୃତପାଲ ସିଂ, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରି ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ବେହେରା, ଉମା ଠାକୁର, ସମାଜସେବୀ ମୂରଲୀଧର ପଣ୍ଡା, ସମାଜସେବୀ ଥୋମାସ ମାଞ୍ଚଉ ମୁଖ୍ୟବକ୍ତା ରୂପେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟକ କାଳିଦାସ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ପଲ୍ଲିଶ୍ରୀ ମେଳା, କବିତା ପାଠ ଉତ୍ସବ, ବହି ମେଳା ଓ ବୌଦ୍ଧିକ ଚର୍ଚ୍ଚା ଅନୁଷ୍ଠିତ ହୋଇଅଛି।
