*ନୂଆପଡ଼ା ଜିଲ୍ଲା ନେସନାଲ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ପରିସର ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ୯୧ ତମ ଓଡ଼ିଶା ଦିବସ ଓ ୩୪ ତମ ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୧.୦୪.
ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ୯୧ ତମ ଓଡ଼ିଶା ଦିବସ ଓ ୩୪ ତମ ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏହି ଦିବସ ଉପଲକ୍ଷେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଓଡ଼ିଶା ବରପୁତ୍ର ଙ୍କ ଅବଦାନ କୁ ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ସଭାରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ , ଜିଲ୍ଲା ସଂସ୍କୃତି ଅଧିକାରୀ ରାଜେନ୍ଦ୍ର ବଢେଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପୁରଷ୍କୃତ କରିଥିଲେ। ସ୍କୁଲ ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
