*ମାରାଗୁଡା ସଭ୍ୟତା ର ପ୍ରାଚୀନ କୀର୍ତ୍ତିରାଜି, ବର୍ତ୍ତମାନ ବି ମୁକ ସାକ୍ଷୀ ରୂପେ ଦଣ୍ଡାୟମାନ, ପ୍ରାଚୀନ ସହରୀ ସଭ୍ୟତା ର କିମ୍ବଦନ୍ତୀ ଜଳ ସମାଧି,*
ନୂଆପଡା(ମିଖାଏଲ ନନ୍ଦ)
ତା:୦୧.୦୪.
ନୂଆପଡ଼ା ଜିଲ୍ଲା ମହକୁମା ର ଦକ୍ଷିଣ କୁ ଅଭୟାରଣ୍ୟ ର ପାଦ ଦେଶ ରେ ଏକ ଉନ୍ନତ ପ୍ରାଚୀନ ସଭ୍ୟତା ଗଢ଼ି ଉଠିଥିଲା। ଏହି ସଭ୍ୟତା ଏତେ ଉନ୍ନତ ଏବଂ ସହରୀ ସଭ୍ୟତା ର ବାର୍ତ୍ତାବହ ଅଟେ। ୪ଥ ଖ୍ରୀଷ୍ଟାବ୍ଦ ରୁ ୧୩/୧୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ୬ ଗୋଟି ବିଭିନ୍ନ ରାଜ୍ ବଂଶୀ ମାନେ ଶାସନ କରୁଥିଲେ। କିମ୍ବଦନ୍ତୀ ରୁ ଜଣାପଡେ ନଲ, ପାଣ୍ଡୁ, କଲାଚ୍ୟୁରୀ, ସର୍ବପୁରିଆ ଓ ଚୌହାନ ବଂଶୀ ରାଜାମାନେ ଏହି ପ୍ରାଚୀନ ସଭ୍ୟତାରେ ଶାସନ କରୁଥିବା ଅନେକ ପ୍ରମାଣ ରହିଅଛି। ବୈପାରି ମହଲ, ରାଣୀ ମହଲ, ଯୋଗୀ ମହଲ, ଭଳି ଅନେକ ସ୍ଥାପତ୍ୟ ଥିବା ଜଣାପଡେ। ଆଜି ସେଇ ସବୁ ପ୍ରାଚୀନ ସଭ୍ୟତା ଐତିହ କିମ୍ବଦନ୍ତୀ ଏବଂ ଭଗ୍ନାବଶେଷ ଖନନ ପୂର୍ବରୁ ଜଳ ସମାଧି ରେ ପରିଣତ ହୋଇଅଛି। ଶୈବ ଓ ଶକ୍ତି ଉପାସନା କରୁଥିବା ବେଳେ ଦକ୍ଷିଣ କୋଶଳ ରାଜଧାନୀ ମଧ୍ୟ ଥିବା ଐତିହାସିକ ମତ ଦେଇଥିଲେ। ଖନନ କରୁଥିବା ବର୍ତ୍ତମାନ ର ମାରାଗୁଡା ଗ୍ରାମର ନିବାସୀ ସହ ସାକ୍ଷାତ୍ କରିଥିଲୁ। ଖନନ ବେଳେ ଅତି ଗଭୀର ପର୍ଯ୍ୟନ୍ତ ଯାଇଥିଲେ । ଦୁଇ ଫୁଟ ଗୋଲେଇ ଉଚ୍ଚତା ଦୌଡ଼ି ମାପିବାକୁ ଯାଇଥିଲେ ମଧ୍ୟ ତାହା ମାପ ହୋଇପାରି ନ ଥିଲା। ବନ୍ୟ ପ୍ରାଣୀ ଆଇନ ବଳରେ ଖନନ କାର୍ଯ୍ୟ ବନ୍ଦ କରିଥିଲେ। ଇତିହାସ ଉଜାଗର ଆବଶ୍ୟକ ଅଟେ।
