
ଜିଲ୍ଲାସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲାସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୬ ଘଟିକା ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ସୌଧରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ସହରରେ ଥିବା ସମସ୍ତ ବରପୁତ୍ରମାନକୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ପରେ ପରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସହରର ଜନସାଧାରଣଙ୍କ ସହଯୋଗରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା । ଶୋଭାଯାତ୍ରାକୁ ଅଧିକ ଆକର୍ଷଣିୟ କରିବା ପାଇଁ ସ୍ଥାନୀୟ ପାଇକ ଆଖଡ଼ା କଳା ପ୍ରଦର୍ଶନ ଦେଖାଇ ସହର ପରିକ୍ରମା କରଯାଇଥିଲା।
ଏହି ଶୋଭାଯାତ୍ରାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ,ଗଜପତି ଶ୍ରୀଯୁକ୍ତ ଦୟାମୟ ପାଢୀ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ନିର୍ବାହୀ ଅଧିକାରୀ ପୌରପରିଷଦ ପାରଳାଖେମୁଣ୍ଡି ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତିରେ ଥିଲେ।
ପରେ ପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ଜିଲ୍ଲାର କଳା ସଂସ୍କୃତି, ଐତିହ୍ୟ ଓ ଓଡ଼ିଶାର ମହାପୁରୁଷ ମାନଙ୍କ ଫଟୋଚିତ୍ର ପ୍ରଦର୍ଶନ କରାଯାଇଥିଲା । ପରେ ପରେ ଉକ୍ତ ସ୍ଥାନରେ ଏକ ସାଧାରଣ ସଭା ଏବଂ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗଜପତି ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ଅଭିଭାଷଣ ରେ କହିଥିଲେ ଯେ ଓଡ଼ିଶା ପ୍ରଦେଶ ଗଠନ କରିବାରେ ମହାରାଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦୂରଦୃଷ୍ଟି , ଜୀବନବ୍ୟାପୀ, ସଂଘର୍ଷ ଓ ସାଧନା ଗଜପତି ଜିଲ୍ଲାକୁ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି। ସେହିପରି ପାରଳାଖେମୁଣ୍ଡିରୁ ସୃଷ୍ଠି ସାହିତ୍ୟ, ସଙ୍ଗୀତ, ନାଟକ, ଲୋକକଳା ଓ ପରମ୍ପରା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାରେ ପ୍ରଥେମେ ପରାଳରୁ ହିଁ ଝଙ୍କୃତ ହୋଇଥିଲା ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଓଡ଼ିଆ ସଂସ୍କୃତି, ଭାଷା ସାହିତ୍ୟର ପ୍ରଗତି ପାଇଁ ତାଙ୍କର ଦୂରଦୃଷ୍ଟି କାର୍ଯ୍ୟ ଅବିସ୍ମରଣୀୟ ହୋଇ ରହିଛି।
ସେହିପରି ଜିଲ୍ଲାରେ ଶିଳ୍ପ ,ଶିକ୍ଷା, ସ୍ବାସ୍ଥ୍ୟ, କଳା, ସାହିତ୍ୟ, ପର୍ଯ୍ୟଟନ ଆଦି ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳିତ ବିକାଶ ହୋଇପାରିଛି । ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ରାଜ୍ୟ ସରକାରଙ୍କ ଆଦିବାସୀ ଭାଇଭଉଣୀ ମାନଙ୍କର ଉନ୍ନତୀ ପାଇଁ ବିଭିନ୍ନ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରୁଛି । ୧୯୩୬ ମସିହା ଅପ୍ରେଲ ୧ ତାରିଖ ହେଉଛି ଓଡିଆ ଜାତି ପାଇଁ ସ୍ମରଣୀୟ ଦିବସ । ବ୍ୟକ୍ତିଗତ ଜୀବନ ହେଉ ଅବା ଜାତୀୟ ଜୀବନ ହେଉ ଆତ୍ମପରିଚୟ ହିଁ ସର୍ବଶ୍ରେଷ୍ଠ । ବିନା ଆତ୍ମପରିଚୟରେ କୌଣସି ଜାତି ନିଜକୁ ବିଶ୍ଵ ଦରବାରରେ ଉପସ୍ଥାପନ କରିପାରି ନ ଥାଏ । ଏହା ମଧ୍ୟରେ ୯୦ ବର୍ଷ ବିତିଯାଇଛି । ସେହିପରି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନ ଓ ସଂକଳ୍ପକୁ ସାକାର କରିବାକୁ ଆମ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଜିଲ୍ଲା ଉନ୍ନତ ହେଲେ ରାଜ୍ୟ ଓ ଦେଶର ଉନ୍ନତି ହୋଇପାରିବ।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ.ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ନିଜ ନିଜ ଅଭଭାଷଣରେ କହିଥିଲେ ଯେ ୧୯୩୬ ମସିହା ଅପ୍ରେଲ ୧ ତାରିଖ ଆଜିର ଦିନରେ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଏବଂ ମହାରାଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଓଡ଼ିଶା ପ୍ରଦେଶ ଗଠନ କରିବା ମୁଖ୍ୟ ଭୂମିକା ବୋଲି କହିଥିଲେ।
ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ପୃଥ୍ୱୀରାଜ ମଣ୍ଡଳ, ଯୋଗ ଦେଇ ଭାଷା ଭିତ୍ତିରେ ଓଡିଶା ପ୍ରଦେଶ ସମଗ୍ର ଦେଶର ପ୍ରଥମ ରାଜ୍ୟ କରିବା ପାଇଁ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରଚେଷ୍ଟାରେ ଶେଷରେ ସଫଳ ହୋଇଥିଲା ୧୯୩୬ ମସିହା ଅପ୍ରେଲ ୧ ତାରିଖ ଆଜିର ଦିନରେ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ମୁଖ୍ୟ ବକ୍ତା ବକ୍ତବ୍ୟ ରଖିଥିଲେ | ସେହିପରି ଓଡ଼ିଶା ପ୍ରଦେଶ ଗଠନ କରିବା ରେ ଗଜପତି ଜିଲ୍ଲା ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି | ସ୍ୱତନ୍ତ୍ର ପ୍ରଦେଶ ଗଠନ ସହ ଓଡ଼ିଆଙ୍କ ସ୍ୱାଭିମାନକୁ ବଜାୟ ରଖିବା ଏହି ଆନ୍ଦୋଳନର ମୂଳ ଲକ୍ଷ ଥିଲା | ଓଡ଼ିଆ ଜାତିକୁ ସର୍ବାଗ୍ରେ ପହଞ୍ଚାଇବା ସହ ଲୋକଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି କରିବାରେ ଏହି ପାରଳାଖେମୁଣ୍ଡି ସହରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ |
ଓଡିଶା ଦିବସ ଅବସରରେ ପାରଳାଖେମୁଣ୍ଡି ସହରର ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମନ ରାଇକା , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ତୁଷାରମୟ ସେନାପତିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ,ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ସମସ୍ତ ସାମ୍ବାଦିକ ବନ୍ଧୁଗଣ ଓ ଜନସାଧରଣ ପ୍ରମୁଖ ଉପସ୍ଥିତ ଥିଲେ ।
