ପ୍ରଜ୍ଞା ସଂଗୀତ ଓ ନୃତ୍ୟାୟନ କେନ୍ଦ୍ର ଦ୍ୱାରା ଭଞ୍ଜନଗର ଟାଉନ ହଲ ରେ ନୃତ୍ୟ ପ୍ରଦର୍ଶନ।
ଭଞ୍ଜନଗର -୩୦/୦୩ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଟାଉନ ହଲ ଠାରେ ଆନନ୍ଦ ସଂଗୀତାୟନ ର ଏକ ଶତ ତମ ଭଞ୍ଜ ସଂଗୀତ ଆସର (ହୀରକ ଜୟନ୍ତୀ )ମହାସମାରୋହରେ ପାଳିତ ହୋଇଯାଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଭଞ୍ଜ କବିତା ଗୁଡିକୁ ସଂଗୀତ ମାଧ୍ୟମରେ ରେ ପ୍ରଚାର ଓ ପ୍ରସାର କରିବା ଏବଂ ଜନସାଧାରଣ, ବୁଦ୍ଧିଜୀବି ଠାରେ ପହଞ୍ଚାଇବା ଏହା ଏକ ପ୍ରୟାସ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ,ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର,ପ୍ରମୁଖ ଯୋଗ ଦେଇଥିଲେ। ସମାଜରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ କାବ୍ୟ, କବିତା ର ମହତ୍ୱ ବିଷୟରେ ଉଦବୋଧନ ଦେବା ସହିତ ଆମ ଅଞ୍ଚଳ ର କଳା ଓ ସାହିତ୍ୟ ର ବିକାଶ ପାଇଁ ଆଲୋଚନା କରିଥିଲେ।ଏଥି ସହ ଘୁମୁସର ଅଞ୍ଚଳ ର ଅଗ୍ରଣୀ ନୃତ୍ୟ ଶିକ୍ଷାନୁଷ୍ଠାନ ପ୍ରଜ୍ଞା ସଂଗୀତ ଓ ନୃତ୍ୟାୟନ କେନ୍ଦ୍ର ର ଛାତ୍ରୀ ମାନଙ୍କ ଦ୍ୱାରା ଉପେନ୍ଦ୍ର ଭଞ୍ଜ ଙ୍କ ସଂଗୀତରେ ନୃତ୍ୟ ପରିବେଷଣ କରି ସମ୍ମାନୀତ ହୋଇଥିଲେ ।ଗୁରୁ ଶ୍ରୀ ଲୋକନାଥ ମହାନ୍ତି ଙ୍କ ଦ୍ୱାରା ମଞ୍ଚ ପରିଚାଳିତ ହୋଇଥିଲା।ପ୍ରଜ୍ଞା ସଂଗୀତ ଓ ନୃତ୍ୟାୟନ କେନ୍ଦ୍ର ର ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାରଣା ଙ୍କ ତତ୍ବାବଧାନରେ ସିମରନ୍,ବର୍ଷା, ସିପ୍ରା, ଆକାଂକ୍ଷା,ଶ୍ରୀୟା, ପଦ୍ମଜା,ସଗୁନ୍,ଶ୍ରଦ୍ଧା, ଏବଂ ଶ୍ରେୟl°ଶା, ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲାଭଳି ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ଆନନ୍ଦ ସଂଗୀତାୟନ ର ଗୁରୁ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
