ମହାନ୍ ସଂଘ୍ ପକ୍ଷ ରୁ ଏପ୍ରିଲ ୩ ରେ “ଯୋଗ ଉତ୍ସବ – ୨୬” ଆୟୋଜନ ନେଇ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର ୩୦/୧
ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ପରାମର୍ଶ ରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷ ରୁ ମୋରଜି ଦେଶାଇ ନ୍ୟାସନାଲ ଇନଷ୍ଟିୟୁସନ ଫର୍ ଯୋଗା ତରଫରୁ ସାରା ଯୋଗ ର ପ୍ରସାର ପ୍ରଚାର ନେଇ ସାରା ଦେଶରେ 100 କାଉଣ୍ଟ ଡାଉନ୍ ଯୋଗ ଉତ୍ସଵ-୨୬ ଆୟୋଜନ ଅବସରରେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ତରଫରୁ ୩ ଏପ୍ରିଲ ରେ ସ୍ଥାନୀୟ ଗୁରୁକୁଳ ଇଣ୍ଟରନେସନଲ ପବ୍ଲିକ ସ୍କୁଲ ଠାରେ ସକାଳ ୭ ଘଟିକାରେ ୮ ଘଟିକା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ ହିଲପାଟଣା ସ୍ଥିତ କାର୍ଯ୍ୟାଳୟ ଠାରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯୋଗା ଉସ୍ତଵ୍ କୁ ସମସ୍ତ ଙ୍କ ସହୋଯୋଗରେ ସଫଳ କରିବା ନେଇ ଆଲୋଚନା କରାଯାଇଥିଲା। ବୈଠକ ରେ ଶ୍ରୀମତୀ ଶୁଭଶ୍ରୀ ସାବତ, ପୁଷ୍ପାଞ୍ଜଳି ମହାପାତ୍ର, ଅଲେଖ ଦାସ, ଗାୟତ୍ରୀ ପଣ୍ଡା, ଆଶିଷ ସାବତ, ତପନ ପଣ୍ଡା, ଆଦ୍ୟାଶ୍ରି ସାବତ,ସାଧନା ପାଢ଼ୀ, ମହେନ୍ଦ୍ର ବେହେରା,ସୁନୀଲ ବିଶ୍ୱାସ, ଜୟଶ୍ରୀ ସାବତ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
