ସୋର ରେଳ ଷ୍ଟେସନ ଏସବିଆଇ ଏଟିଏମରୁ ବାହାରିଲା ଧୂଆଁ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଏଟିଏମରୁ ବାହାରିଲା ଧୂଆଁ। ସୋର ରେଳ ଷ୍ଟେସନ ବାହାରେ ଥିବା ଏସବିଆଇ ଏଟିଏମରୁ ଆଜି ମଧ୍ୟାହ୍ନରେ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ତଥା ଷ୍ଟେସନ ମ୍ୟାନେଜର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାୱାର କଟ୍ କରି ଥିଲେ। ପରେ ସୋର ଏସବିଆଇ ପ୍ରବନ୍ଧକ ଗୋବିନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ଏଟିଏମକୁ ବନ୍ଦ କରିବା ସହ ମରାମତି ପରେ ଏଟିଏମ୍ ଖୋଲା ହେବା ନେଇ ସୂଚନା ଦେଇଛନ୍ତି। କୈଣସି କ୍ଷୟକ୍ଷତି ହୋଇ ନ ଥିବା ନେଇ ଷ୍ଟେସନ ପ୍ରବନ୍ଧକ ଶ୍ରୀ ନାୟକ ସୂଚନା ଦେଇଛନ୍ତି।
