ମୃତବ୍ୟକ୍ତିଙ୍କ ଭତ୍ତା ଟଙ୍କା ହଡ଼ପ ଘଟଣା : ଆକ୍ସନ ମୋଡରେ ଗାଇସିଲେଟ ବିଡ଼ିଓ । ବରଗଡ :୧୮/୦୩(ନି, ପ୍ର) ରାଜ୍ୟ ସରକାର ବୃଦ୍ଧ ବୃଦ୍ଧା,ବିଧବା,ଦିବ୍ୟାଙ୍ଗ ମାନଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମ ରେ ଭତ୍ତା ର ବ୍ୟବସ୍ଥା କରିଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସିଧାସଳଖ ସରକାର ଙ୍କ ଠାରୁ ଟଙ୍କା ଉଠାଣ କରି ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରନ୍ତି । ଗାଇସିଲେଟ ବ୍ଳକରେ ଦୀର୍ଘ ବର୍ଷ ପୂର୍ବରୁ ମୃତ ବ୍ୟକ୍ତି ଙ୍କ ଭତ୍ତା ଟଙ୍କା ଉଠିବାର ଖବର ସାମନା କୁ ଆସିଛି । ଭତ୍ତାଟଙ୍କା ହଡପ କରୁଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ଚାକିରୀ ରୁ ବହିଷ୍କାର ଦାବୀ ରେ ଯୁବନେତା ଯଜ୍ଞେଶ୍ବର ପଧାନ ଙ୍କ ନେତୃତ୍ବ ରେ ସୋମବାର ଦିନ ଏକ ପ୍ରତିବାଦ ତଥା ଧାରଣା ବ୍ଳକ କାର୍ଯ୍ୟାଳୟ ରେ ଦିଆଯାଇଥିଲା । ତେବେ ଏନେଇ ବିଡ଼ିଓ ଲକ୍ଷ୍ମଣ ମାଝୀ ତୁରନ୍ତ ଏକ ତଦନ୍ତକାରୀ ଟିମ୍ ଗଠନ କରିଛନ୍ତି ଯେଉଁଥିରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶିବାନୀ ଭୋଇ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସିପୁନ ନାଏକ, ପିଇଓ ଆନନ୍ଦ ଲାଲ ନାଏକ,ଜୁନିଅର ଆସିଷ୍ଟାଣ୍ଟ ସରୋଜ ସାହୁ ପ୍ରମୁଖ ରହିଛନ୍ତି । ଏହି ଟିମ୍ ୧୯ ଗୋଟି ଗ୍ରାମପଞ୍ଚାୟତର ତଦନ୍ତ ରିପୋର୍ଟ ୧୫ ଦିନ ଭିତରେ ଦେବା ପାଇଁ ବିଡ଼ିଓ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୋମବାର ଦିନ ପ୍ରଥମେ ଏହି ଟିମ୍ କଟାବାହାଲ ଗ୍ରାମପଞ୍ଚାୟତ ରେ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି ।ତେବେ ତଦନ୍ତ ରିପୋର୍ଟ ପାଇବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି ।
