କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ ବୈଠକ
ଦାରିଙ୍ଗିବାଡ଼ି, ତା. ୧୮/୦୩ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସିର୍ତ୍ତିଗୁଡା ସ୍ଥିତ ନାମ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅତିଥି ଭାବେ ଯୋଗଦେଇ କଳାକାରମାନେ ସଂଘ ମନସ୍କ ହେଲେ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସାଧିତ ହୋଇପାରିବ ବୋଲି ଉପସ୍ଥିତ କଳାକାରମାନଙ୍କୁ ଉଦବୋଧନ ଦେପିଥିଲେ। ସର୍ବଶ୍ରୀ ଶବର ପାତ୍ର, ସନାତନ ଗୌଡ଼, ଚନ୍ଦା ଦିଗାଳ, ଶ୍ରୀକୃଷ୍ଣ ବେହେରା ପ୍ରମୁଖ ମଂଚାସୀନ ରହି ସାଙ୍ଗଠନିକ ଆଲୋଚନା କରିଥିଲେ। ଏହି ଅବସରରେ ଚଳିତ ମାର୍ଚ୍ଚ ୨୬ ତାରିଖ ପୂର୍ବାହ୍ନ ଦଶ ଘଟିକା ସମୟେ ଧରମପୁର ଠାରେ ଏକ କଳାକାର ସମାବେଶ କରିବା ନେଇ ସ୍ଥିର କରାଯାଇଥିଲା। ଏଥିରେ ସର୍ବଶ୍ରୀ ଅନ୍ତର୍ଯ୍ୟାମୀ ଦିଗାଳ, ସତ୍ୟ ବିଷୋୟୀ, କିଶୋର ବଡସେଟ, ପାର୍ଥବ ବେହେର୍ଦ୍ଦଳାଇ, ନାରାୟଣ ବେହେରା, ଶୁଭକାନ୍ତ ବଡସେଟ, ପ୍ରତିମା ଉଥାନସିଂ, ସରୋଜିନୀ ଶତପଥୀ ପ୍ରମୁଖ ବହୁ କଳାକାର ଉପସ୍ଥିତ ରହି ବୈଠକରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ସନ୍ୟାସୀ ବାଘ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ
