ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧୀନ ରାସ୍ତା ନିମ୍ନ ମାନର କାର୍ଯ୍ୟ, ଗ୍ରାମବାସୀଙ୍କ ରାସ୍ତାଙ୍କ ପକ୍ଷରୁ ରାସ୍ତା ରେ ବସି କାମ ବନ୍ଦ, ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ପ୍ରତଶୃତି ପରେ ରାସ୍ତାରୁ ହଟିଲେ ଗ୍ରାମବାସୀ
କାମାକ୍ଷାନଗର, କାମକ୍ଷାନାଗାର ବ୍ଲକ ଅନ୍ତର୍ଗତ ତୁମୁସିଂହା ପଞ୍ଚାୟତ ର କଦଳୀପାଳ ଠାରୁ କେଞ୍ଚୁଡ଼ି ପର୍ଯ୍ୟନ୍ତ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧୀନ ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବାରୁ ଗ୍ରାମବାସୀ ରାସ୍ତାରେ ବସି ବନ୍ଦ କଲେ ରାସ୍ତାକାମ l ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ପକ୍ଷରୁ କଦଳୀପାଳ ଠାରୁ କେଞ୍ଚୁଡ଼ି ପର୍ଯ୍ୟନ୍ତ ରହିଥିବା ୧୫ କିଲୋମିଟର ରାସ୍ତାକୁ ପ୍ରାୟ ଚାରି କୋଟି ଟଙ୍କା ରେ ନିର୍ମାଣ ଚାଲିଛି l କିନ୍ତୁ ପିଚୁ କାମ ଚାଲିଥିବାରୁ କେତେକ ଗ୍ରାମବାସୀ ପିଚୁ କାମ ନିମ୍ନ ମାନର ହେଉଥିବାର ଦେଖିଥିଲେ l ଏପରିକି ରାସ୍ତାରୁ ପିଚୁ ଉଠି ଯାଉଥିବାର ଦର୍ଶାଇ ରାସ୍ତାରେ ବସି ରାସ୍ତା କାମ ବନ୍ଦ କରିଥିଲେ l ଖବରପାଇ ଅଧିକ୍ଷଣଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ l ରାସ୍ତାରେ ପିଚୁ କାର୍ଯ୍ୟ ଚାଲୁଥିବା ବେଳେ ଚବିଶ ଘଣ୍ଟା ପରେ ପିଚୁ ସେଟ ନେବା ସକାଶେ ଦର୍ଶଇଥିଲେ l ଏହି ପିଚୁ କାମ କିପରି ସଠିକ ଭାବେ ହୋଇପାରିବ ସେ ଉପରେ ଗୁରୁତ୍ୱ ଦେଇ ନିର୍ଭର ପ୍ରତିଶୃତି ପ୍ରଦାନ ପରେ ଗ୍ରାମବାସୀ ରାସ୍ତା ରୁ ଉଠିଥିଲେ l
ଧର୍ମାନନ୍ଦ ସେଠି ଙ୍କ ଖବର
