ବାର୍ଷିକ ଉତ୍ସବ ପାଇଁ କଳାକାର ମହାସଙ୍ଘର ପ୍ରସ୍ତୁତି ବୈଠକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଆସନ୍ତା ଏପ୍ରିଲ ମାସ ୪ତାରିଖରେ ସୋର ଗୋପିନାଥପୁର ଷ୍ଟ୍ରକଚର ପଡିଆରେ କଳାକାର ମହାସଂଙ୍ଘର ୧୫ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ବେହାକୁ ଥିବା ବେଳେ ଏନେଇ ଏକ ପ୍ରସ୍ତୁତି ବୈଠକ ଗୋପିନାଥପୁର ଷ୍ଟ୍ରକଚର ପଡିଆରେ ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ପାଦକ ଗଙ୍ଗାଧର ବେହେରା,ଉପସଭାପତି ରମେଶ ଚନ୍ଦ୍ର ବିଶ୍ୱାଳ, ସହ ସମ୍ପାଦକ ମାଧବ ଚନ୍ଦ୍ର ମହାରଣା, ନୁତନ ମନୋନିତ ସାଂସ୍କୃତିକ ସହ ସମ୍ପାଦକ ଗୟାଧର ମହାନ୍ତିଙ୍କ ,ଉପଦେଷ୍ଟା ରବିନ୍ଦ୍ରଚନ୍ଦ୍ର ନନ୍ଦ ଓ ଜଗନ୍ନାଥ କର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ କଳାକରାଙ୍କୁ ନେଇ କଳା ପ୍ରଦର୍ଶିତ କରାଯିବା ସହିତ ମନୋନିତ କଳାକାର ମାନଙ୍କୁ ପ୍ରମାଣପତ୍ର, ପରିଚୟପତ୍ର ଓ ମାନପତ୍ର ପ୍ରଦାନ କରାଯିବ। ଏହି ସମୟରେ ବରିଷ୍ଠ ସଦସ୍ୟ ମୁରଲୀଧର ବେହେରା, ମଞ୍ଜୁଷାମଞ୍ଜରୀ ଦାସ, ସରୋଜିନୀ ଦାସ, ଶଶିମଣୀ ଦାସ, କୁଞ୍ଜବିହାରୀ ଦାସ, ପ୍ରଫୁଲ କୁମାର ବାରିକ ଓ କିଶୋର କୁମାର ସାହୁଙ୍କ ସମେତ ବହୁ କାଳାକର ଉପସ୍ଥିତ ଥିଲେ।
