*ନୂଆପଡ଼ାରେ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ସଫଳ ଉଦଯାପିତ, ୭୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ, ଷ୍ଟଲ୍ ଓ ବିଭାଗମାନଙ୍କୁ ପୁରସ୍କାର ପ୍ରଦାନ,ରୁକୁ ସୁନାଙ୍କ ସଙ୍ଗୀତ ମୂର୍ଚ୍ଛନା ରେ ଝୁମିଲେ ଦର୍ଶକ*
ନୂଆପଡା (ମିଖାଏଲ ନନ୍ଦ)
ତା: ୧୭:୦୩
ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ସପ୍ତମ ତଥା ଉଦଯାପନୀ ରଜନୀ ଉତ୍ସାହ ଓ ଉଲ୍ଲାସମୟ ପରିବେଶରେ ସମାପନ ହୋଇଅଛି।ମାର୍ଚ୍ଚ ୧୦ ରୁ ୧୬ ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ ଜିଲ୍ଲା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୋଟ ୧୨୦ଟି ଉନ୍ନୟନ ପ୍ରଦର୍ଶନୀ ଷ୍ଟଲ୍ ଆସିଥିଲା। ମେଳା ଅବଧି ସତ୍ ଦିନ ମଧ୍ୟରେ ସମୁଦାୟ ଭାବେ ୭୦ ଲକ୍ଷ ୮୯ ହଜାର ୨୫୧ ଟଙ୍କାର ବ୍ୟବସାୟ ହୋଇଛି। ସ୍ୱୟଂସହାୟକ ଗୋଷ୍ଠୀମାନେ ନିଜସ୍ୱ ଉତ୍ପାଦିତ ହସ୍ତଶିଳ୍ପ, ଖାଦ୍ୟପଦାର୍ଥ ଓ ଗ୍ରାମୀଣ ଉଦ୍ୟୋଗ ରେ ଉତ୍ପାଦନ ଗୁଡ଼ିକୁ ପ୍ରଦର୍ଶନ ଓ ବିକ୍ରୟ କରି ଭଲ ରୋଜଗାର କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ , ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା ଓ ପୁଷ୍ପାଞ୍ଜଳୀ ଗୁଆଲ ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରିଥିଲେ l ନୂଆପଡ଼ା ଆର୍ଟିଓ ବିଭାଗ ପ୍ରଥମ, ଜିଲ୍ଲା ସମାଜ ସୁରକ୍ଷା ବିଭାଗ ଦ୍ୱିତୀୟ ଓ ଜିଲ୍ଲା ଶିକ୍ଷା ବିଭାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ।
