ବାଉଁଶ ଟ୍ରକ ପଛପଟୁ ପିଟି ହେଇ ବାଇକ ଚାଳକ ମୃତ୍ୟୁ
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ନୁଆସାହି କାଳିଆପଦା ଠାରେ ରାସ୍ତା କଡରେ ଏକ ବାଉଁଶ ବଝେଇ ଟ୍ରକ ଛିଡା ହୋଇଥିଲା, ରାସ୍ତା ଟି ଅନ୍ଧାର ହୋଇଥିଲା, ପଛ ପଟୁ ଏକ ଯୁବକ ବାଇକ ଚଲେଇ ଆସୁଥୁଲେ ତାଙ୍କ ବାଇକରେ ଲାଇଟ ଟିକେ କମ ଥିବାରୁ ସେ ହଠାତ ବାଉଁଶ ଟ୍ରକ ଟିକୁ ଦେଖିନପାରି ବାହାରିଥିବା ବାଉଁଶ ରେ ବାଡେଇ ହୋଇଯିବା ସହ ସେ ବାଉଁଶ ତାଙ୍କ ଦେହରେ ପଶିଯାଇଥିଲା ଫଳରେ ଯୁବକ ଟି ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା, ପରେ ତାଙ୍କୁ କୁଆମରା ସରକାରୀ ଡାକ୍ତରଖାନା କୁ ନେଇଥିଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘଷଣା କରିଥିଲେ । ଘର ଲୋକେ ଏବେ ସରକାର ଙ୍କ ପାଖରେ ନିଯ୍ୟାୟ ପାଇଁ ଦାବି କରୁଛନ୍ତି ।
ପ୍ରମୋଦ ତ୍ରିପାଠୀ ଙ୍କ ସହ ଅଜିତ ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
