ମଲ୍ଲିପଶି ରେ ରାଜ୍ୟସ୍ତରୀୟ ଦିବା ରାତ୍ର ଭଲିବଲ ଟୁର୍ଣାମେଣ୍ଟ
ପାଟଣା ମୂଷାଖୋରୀ ପଞ୍ଚାୟତ ର ମଲ୍ଲିପଶି ଠାରେ ରାଜ୍ୟସ୍ତରୀୟ ଏକ ଦିବସୀୟ ଦିବା ରାତ୍ର ଭଲି ବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି ।
ଉଦଘାଟନି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ କମଳାକାନ୍ତ ଦାଶ, ସମ୍ମାନୀତ ଅତିଥି ଭାବେ ପାଟଣା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ଵନାଥ ନାୟକ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ନାଏକ, ଆଞ୍ଚଳିକ ମହାବିଦ୍ୟାଳୟ ର ଏନସିସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ଓ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଭାମାମଣି ଦାସ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ।
ରାଜ୍ୟ ସ୍ତରରେ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା 6 ଟି ଟିମ୍ ଏଥିରେ ଭାଗନେଇଥିଲେ ସେମାନଙ୍କର ମଧ୍ୟରୁ କେନ୍ଦୁଝର ଜିଲ୍ଳା ର ମିରିଗୀମୁଣ୍ଡି ଓ ଯାଜପୁର ଜିଲ୍ଲା ର ଚିତ୍ରି ମଧ୍ୟରେ ହୋଇଥିଲା ସେଥିରେ 2-1 ସେଟ୍ ରେ ମ୍ୟାଚ୍ କୁ ଜିତି ମିରିଗିମୁଣ୍ଡି ଚାମ୍ପିଅନ ହୋଇଥିଲା ଅବଶିଷ୍ଟ ଚାରୋଟି ଦଳ ରାଇରଙ୍ଗପୁର, ଯଶିପୁର, ତେଲକୋଇ ଓ ପିପିଲିଆ ମଧ୍ୟ ସୁନ୍ଦର ଖେଳ ଖେଳି ଉପସ୍ଥିତ ଦର୍ଶକ ମାନଙ୍କ ମନ କିଣି ନେଇଥିଲେ । ସମସ୍ତ 6 ଗୋଟି ଦଳକୁ 4000 ଟଙ୍କା ପୁରସ୍କାର ପ୍ରଦାନ କରିବା ସହ ଚାମ୍ପିଅନ ଦଳକୁ ଟ୍ରଫି ସହ 7000ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ 5000 ଟଙ୍କା ପ୍ରଦାନ କରାଯାଇଥିଲା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ସୁନାମଧନ୍ୟ ଭାଷ୍ୟକାର ସଂଜୟ କୁମାର ସାହୁ, କୁନାଲ କୁମାର ପଣ୍ଡା, ଅଜୟ କୁମାର ବେଜ୍। ବରିଷ୍ଠ ଶିକ୍ଷକ ପାର୍ଥ ସାରଥି ବେଜ ଖେଳର ସଫଳତା ନିମନ୍ତେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି ଖେଳକୁ ପ୍ରହଲ୍ଲାଦ ପଣ୍ଡା, ହିମାଂଶୁ ବିଶ୍ୱାସ, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସୁରେନ୍ଦ୍ର ନାଥ ମହାନ୍ତ,ଅର୍ଜୁନ ମହାନ୍ତ, କେଶବ ଚନ୍ଦ୍ର ବାରିକ୍, ଈଶ୍ୱର ନାଏକ, ଆର୍ତ୍ର ତ୍ରାଣ ବେଜ୍, ରାଜା ପଣ୍ଡା, ବାବୁଲା ବେଜ୍, ବୁବୁ ବେହେରା, ଟିଟା ବାରିକ୍, ଶ୍ୟାମ ମହାନ୍ତ, ମନ ରଣ।, ସାନୁ ରଣ।, ଟଙ୍କ ରଣ।, ବାବୁ ଵେଜ୍ ତଥା କ୍ଲବ ର ସମସ୍ତ ସଭ୍ୟ ଅତିସୁନ୍ଦର ଭାବରେ ଖେଳକୁ ପରିଚାଳନା କରିଥିଲେ।
