ଓଡିଶା ଶିଳ୍ପୀକାରିଗର ମହାସଙ୍ଘ ରାଜମିସ୍ତ୍ରୀମାନଙ୍କର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ସେମାନେ ପ୍ରଥମେ ଢେ଼ଙ୍କାନାଳ ସଦର ବ୍ଲକ ଅଞ୍ଚଳରୁ ବାହାରି ଆଠଗଡ଼ ଗୋଡ଼ିସାହିଠାରେ ପହଞ୍ଚିଥିଲେ ଏବଂ ସେଠାରେ ଏହି ବୈଠକରେ ଅନୁଷ୍ଟିତ ହୋଇଥିଲା। ବିଭିନ୍ନ ସ୍ଥାନରୁ ଶତାଧିକ ଶିଳ୍ପୀକାରିଗର ଓ ରାଜମିସ୍ତ୍ରୀମାନେ ଯୋଗଦେଇ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ଘର,ଅଫିସ,ରାସ୍ତା,ଘାଟ ଯାହାବି ନିର୍ମାଣ କରାଯାଏ ସେମାନଙ୍କ ବିନା କିଛି ଅସମ୍ଭବ ହୋଇ ପଡୁଥିଲା ସରକାର ସେମାନଙ୍କ ପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ଏହି ବୈଠକରେ ଆଲୋଚନା ହୋଇଥିଲା ଏବଂ ଉପସ୍ଥିତ ସମସ୍ତ ମିସ୍ତ୍ରୀମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଭିନ୍ନ ସମସ୍ୟା ଯଥା ଦୁର୍ଘଟଣା ଜନିତ ସାହାଯ୍ୟ,ଆବାସିକ ଗୃହ,୬୦ ବର୍ଷପରେ ପେନସନ,ପିଲାମାନେ ପଢ଼ିବା ପାଇଁ ଛାତ୍ର ବୃତ୍ତି ସାହାଯ୍ୟ ଏବଂ ମିସ୍ତ୍ରୀ ମାନଙ୍କର ମୃତ୍ୟୁ କାଳୀନ ଇନ୍ସୁରାନସ୍ କୁ ନେଇ ଆଲୋଚନା କରିବା ସହ ଆଗାମୀ ଦିନରେ ସେମାନଙ୍କର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ସେମାନେ ଦାବୀ କରିଛନ୍ତି।
