ଗ୍ରାମ ଉତ୍ଥାନ ତରୁ ପ୍ରକଳ୍ପର କୃଷକ ସମାବେଶ।
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେଙ୍କାନାଳ ଜିଲ୍ଲା ଘଟିପିରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ, ରିନ୍ୟୁ କମ୍ପାନୀ ସହାୟତାରେ ତଥା ଗ୍ରାମ ଉତ୍ଥାନ ଦ୍ଵାରା ପରିଚାଳିତ ତରୁ ପ୍ରୋଜେକ୍ଟ ପକ୍ଷରୁ ଏକ କୃଷକ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ପ୍ରାୟ ୪୦ ଜଣ କୃଷକ ଯୋଗଦେଇ ତରୁ (କୃଷିବନିକରଣ) ପ୍ରୋଜେକ୍ଟ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସଭାରେ ଘଟିବିରି ପଞ୍ଚାୟତର ସରପଞ୍ଚ ପଞ୍ଚାନନ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ତରୁ ପ୍ରୋଜେକ୍ଟ ନିର୍ଦ୍ଦେଶକ ପ୍ରଭାସ ରଂଜନ ପାଢ଼ୀ କୃଷକମାନଙ୍କୁ ପ୍ରୋଜେକ୍ଟର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଏହାର ଲାଭ ସମ୍ପର୍କରେ ସୂଚନା ଦେଇଥିଲେ। ସେ କୃଷକମାନଙ୍କୁ କୃଷି-ବନୀକରଣ (Agroforestry) ମାଧ୍ୟମରେ ଆର୍ଥିକ ଉନ୍ନତି,ପରିବେଶ ସୁରକ୍ଷା ଓ ଦୀର୍ଘମିଆଦି ଆୟ ସୃଷ୍ଟି ବିଷୟରେ ବିସ୍ତାରରେ ବୁଝାଇଥିଲେ। ଗ୍ରାମ ଉତ୍ଥାନର ଫାଇନାନ୍ସ ଡିରେକ୍ଟର ଚିତ୍ତ ରଂଜନ ଶତପଥୀ,କୃଷକମାନଙ୍କୁ ଆର୍ଥିକ ସହାୟତା,ଋଣ ସୁବିଧା ଓ ପ୍ରକଳ୍ପ ସହ ଯୋଗଦାନ କରିବାର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଜଣାଇଥିଲେ। କ୍ଷେତ୍ର ନିର୍ଦ୍ଦେଶକ ନିରଞ୍ଜନ ପଟ୍ଟନାୟକ ସଭା ପରିଚାଳନା କରିବା ସହ କୃଷକମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ। ଅନେକ କୃଷକ ଏହି ପ୍ରକଳ୍ପ ପ୍ରତି ଆଗ୍ରହ ପ୍ରକାଶ କରି ଆଗାମୀ ଦିନରେ ତରୁ ପ୍ରୋଜେକ୍ଟ ସହ ଯୋଗଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସଭାଟି ଅତ୍ୟନ୍ତ ସଫଳ ହୋଇଥିବା ସହିତ କୃଷକମାନଙ୍କ ମଧ୍ୟରେ କୃଷି ବନିକରଣ ପ୍ରତି ଜାଗରୁକତା ବୃଦ୍ଧି ପାଇଥିବା ଦେଖାଯାଇଥିଲା। ଏହି ପଦକ୍ଷେପ ତରୁ ପ୍ରୋଜେକ୍ଟକୁ କ୍ଷେତ୍ର ସ୍ତରରେ ଆହୁରି ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମତ ପ୍ରକାଶ ପାଇଥିଲା। କ୍ଷେତ୍ର ସଂଯୋଜକ ଜ୍ଞାନ ରଞ୍ଜନ ସ୍ବାଇଁ ଓ ସମୀର ମୁଦୁଲି ସଭା ରେ ସହଯୋଗ କରିଥିଲେ ।
