ଅଜଣା ଗାଡି ଧକାରେ ଜଣେ ଯୁବକ ଗୁରୁତର(ଫଟୋ)
ସୋର,୧୪/୩(ଜ୍ୟୋତିପ୍ରକାଶ, ଭଞ୍ଜଦୂତ ,ନିପ୍ର )- ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ ସୋର ଥାନା ତଳନଗର ଗ୍ରାମର ପ୍ରଶାନ୍ତ ଦାସ ନିଜ ସ୍କୁଟି ଯୋଗେ ସୋରରୁ ଘରକୁ ଫେରୁଥିଲେ। ଏହି ସମୟରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭରବ୍ରିଜ ନିକଟରେ ଏକ ଅଜଣାଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିିଂ ପୁଲିସ ଘଟଣା ସ୍ଥଳରୁ ପ୍ରଶାନ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
