ନାବାର୍ଡ ତରଫରୁ କାନ୍ଦଗାଡ଼ ରେ ଅlନ୍ତର୍ଜାତୀୟ ମହିଳା ଦିବସ
ବରଗଡ :୧୦/୦୩(ନି, ପ୍ର) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ଼ କଲ୍ୟାଣ ମଣ୍ଡପ ଠାରେ ନାବାର୍ଡ ଦ୍ୱାରା ଦେବଦତ୍ତ କ୍ଲବ ମାଧ୍ୟମରେ ଅlନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ କନ୍ଦାଗାଡ଼ ସମିତି ସଭ୍ୟା ଶ୍ରୀମତୀ ସରୋଜିନୀ ପଧାନ ସଭାପତିତ୍ୱ କରିଥିଲେ l ନାବାର୍ଡ ବରଗଡ ର ଜିଲ୍ଲା ବିକାଶ ପ୍ରବନ୍ଧକ ହଟ କିଶୋର ବେହେରା ଙ୍କ ଉପସ୍ଥିତି ରେ ପଂଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ର ଓଡ଼ିଆ ଅଧ୍ୟାପିକା ସଂଘମିତ୍ରା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡିଶା ଜୀବିକା ମିଶନ ଗାଇସିଲେଟ ବ୍ଲକ ସଂଯୋଜିକା ରୋହିଣୀ ବରିହା, , କନ୍ଦାଗାଡ଼ ଏମ ବି କେ ଦୀପିକା ସାହୁ , ଓ ଦେବଦତ୍ତ କ୍ଲବ କୋଷାଧକ୍ଷ ସ୍ନେହଲତା ବାରିକ ଯୋଗ ଦେଇ ମହିଳା ଦିବସ ରେ ସମସ୍ତ ମହିଳା ଙ୍କୁ ନିଜ କର୍ତ୍ତବ୍ୟ ପଥରେ ଆଗେଇବା ସହ ସମାଜ ରେ ଜଣେ ପରିଚିତ ନାରୀ ହେବା ପାଇଁ ପ୍ରେରିତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପ୍ରକଳ୍ପ ସଂଯୋଜକ ଶେଷଦେବ ସାହୁ ପରିଚାଳନା କରିଥିଲେ l ଗୀତ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ପାଇଥିବା ଉମା ସିଂ , ଦ୍ଵିତୀୟ ସ୍ଥାନ ବିମଳା ବାଗ ଏବଂ ତୃତୀୟ ସ୍ଥାନ ପାଇଥିବା ପ୍ରଭାସିନୀ ବାରିକ, ହୁଳହୁଳି ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ପ୍ରଭାସିନୀ ବାରିକ ,ଦ୍ଵିତୀୟ ସ୍ଥାନ ପାଇଁ ହେମ ଡନସନା, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅମ୍ବିକା ବରିହା, ଏବଂ ସଂଗୀତ ଚୌକି ଖେଳ ରେ ପ୍ରଥମ ସ୍ଥାନ ରେଣୁକା ଭୋଇ, ଦ୍ଵିତୀୟ ସ୍ଥାନ ବିମଳା ବାଗ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅଶ୍ୱିନୀ ସାହୁ ଙ୍କୁ ପୁରସ୍କୃତ କରାଯାଇଥିଲା ଏହା ସହ ଭଲ ଉଦ୍ୟୋଗୀ ଭାବରେ ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ସାନ ସାହାଯବାହାଲ , ଭଲ ମହିଳା ମାଣ୍ଡିଆ ଚାଷୀ ସୁମିତ୍ରା ବରିହା, ଭଲ ମହିଳା ଗାୟିକା ଶ୍ରୀମତୀ ଶୋଭାଗିନୀ ସାହୁ, ଭଲ ମାଛ ଚାଷୀ ଗୟେଲ ବିନ୍ଧେନ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ପୁରୁଣା ଗୀତ କଳାକାର ହିସାବରେ ବେଟିଖାଇ ବରିହା ଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଯୋଗ ଦେଇଥିଲେ l ବୀରେନ୍ଦ୍ର ବାରିକ ,ରୋହିତ କୁମାର ବେହେରା, ଥବିର ସାହୁ, , ଲାଦୁ ବାଗ, ବୀଣାପାଣି ସାହୁ, ବିଘ୍ନରାଜ ବନଛୋର, ମନ ଡନସନା, ଭଜମନ ଗଡତିଆ, ସହଯୋଗ କରିଥିବା ବେଳେ କପିଳେଶ୍ଵର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
