ଉମରକୋଟ /10/03/26 ଉମରକୋଟ ର ସର୍ବପୁରାତନ ଓଡ଼ିଆ ଶିକ୍ଷା ଅନୁଷ୍ଠାନ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ନେଇ ଆସିଛି ପ୍ରଶ୍ନ ବାଚି.ଏହାର ମୁଖ୍ୟ କାରଣ ହେଉଛି ଶିକ୍ଷା ଅନୁଷ୍ଠାନ ର ପକୃତ ଶିଖକ ଙ୍କୁ ଛାଡି ବାହାର ସରକାରୀ ଶିକ୍ଷକ ଙ୍କ ଅନୁଷ୍ଠାନ ଭିତରେ ମୁଣ୍ଡ ଖେଳେଇବାକୁ ସାଧାରଣ ରେ ଚର୍ଚ୍ଚା ହେଉଛି. ଅନୁଷ୍ଠାନ ର କିଛି ଶିକ୍ଷକ ତାଙ୍କ ନାମ ଗୋପନ ରଖି କହିଛନ୍ତି ଏ ଅନୁଷ୍ଠାନ କିଛି ବର୍ଷ ହେବ 4/5ଜଣ ସରକାରୀ ବିଦ୍ୟାଳୟ ର ଶିକ୍ଷକ ଙ୍କ ପାଇଁ ସଠିକ ଢଙ୍ଗରେ ଆଗକୁ ବଢ଼ି ପାରୁନାହିଁ. ବାହାର ଶିକ୍ଷକ ମାନେ ବିଦ୍ୟାଳୟ ର ଘରୋଇ ମୁଖ୍ୟ ପଦ ପଦବୀ ରହି ଅନୁଷ୍ଠାନ ସମ୍ପତି ଓ ଛାତ୍ର ଛାତ୍ରୀ ଙ୍କ ହଷ୍ଟେଲ ଟଙ୍କା ଉପରେ ଆଖି ପକାଉଛନ୍ତି. ଯେଉଁଥିପାଇଁ ସହର ବାହାରେ ଥିବା ଅନୁଷ୍ଠାନ ର ଦଶ ଏକର ରୁ ଉର୍ଦ୍ଧ ଜମି ରେ ଚାଲିଥିବା ହଷ୍ଟେଲ ପିଲାଙ୍କ ଖାଦ୍ୟ ମାନ ଉପରେ ମଧ୍ୟ ପ୍ରଶ୍ନ ବାଚି ସୃଷ୍ଟି କରିଛି. ଖାଲି ସେତିକି ନୁହେଁ ଅନୁଷ୍ଠାନ ର ବହୁ ପୁରୁଣା ସ୍କୁଲ ବସ୍ ର ମରା ମତି ଓ କାଗଜ ପତ୍ର ହେଉ ପାରୁନାହିଁ. ଯେଉଁଥି ପାଇଁ ଭଙ୍ଗା ଦଦରା ଗାଡି ରେ ବିନା ଫିଟନେସ ଓ ବୀମା ରେ ଗାଡି ଚାଲିଛି. କମିଟି ରେ ଥିବା ମୁଖ୍ୟ ପଦବୀ ର ସଦସ୍ୟ ଘରୋଇ ଅନୁଷ୍ଠାନ ର ହେଇନଥିବାରୁ ସଠିକ ଢଙ୍ଗରେ ବିଦ୍ୟାଳୟ ପରିଚାଳନା କରିବାରେ ଆନ୍ତରିକ ତା ରହୁନାହିଁ. ଏମିତି କମିଟି ରେ ସରକାରୀ ବିଦ୍ୟାଳୟ ର ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟ କମିଟି ପରିଚାଳନା କରୁଛନ୍ତି.ଖାଲି ଏଇ ଦୁଇ ଜଣ ନୁହନ୍ତି ବରଂ ଆହୁରି ଦୁଇ ଜଣ ସରକାରୀ ଶିକ୍ଷକ ମଧ୍ୟ କମିଟି ରେ ରହି ଘରୋଇ ବିଦ୍ୟାଳୟ ର ସବୁ ସୁବିଧା ସୁଯୋଗ ହାତେଇବା ସାଙ୍ଗେ ବିଦ୍ୟାଳୟ ର ଆର୍ଥିକ କାରବାର ର ଲେନ ଦେନ ପକ୍ରିୟା ସମ୍ବଧ ରେ ମୁଣ୍ଡ ପୁରାଇଥାନ୍ତି. ଅରବିନ୍ଦ ବିଦ୍ୟାଳୟ ର ପୂର୍ବ ସମ୍ପାଦକ ଯିଏ ବର୍ତମାନ ର ଜିଲ୍ଲା ଶିକ୍ଷାଧିକାରୀ ଙ୍କ ମୁଖ୍ୟ କାର୍ଯ୍ୟାଳୟ ରେ ବରିଷ୍ଠ କିରାଣୀ ଭାବରେ କାର୍ଯ୍ୟ କରୁଛନ୍ତି ତାଙ୍କ ର ଭୂମିକା ମଧ୍ୟ ସନ୍ଦେହ ଘେରରେ. ବାବୁ ଜଣକ କୁଆଡେ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଜଣେ ପତିଆରି ସମ୍ପନ୍ନ ଅଧିକାରୀ ଓ ତାଙ୍କ ରି ପ୍ରଚ୍ଛଦ ପଟରେ ସରକାରୀ ଶିକ୍ଷକ ମାନେ ଘରୋଇ ବିଦ୍ୟାଳୟ ରେ ବହୁ ବର୍ଷ ଧରି କମିଟି ମୁଖ୍ୟ ଭାବରେ କାର୍ଯ୍ୟ ତୁଲାଉଛନ୍ତି.ପ୍ରଶ୍ନ ଉଠୁଛି ସରକାରୀ ସଂସ୍ଥା ଥାଇ ମଧ୍ୟ ବାବୁ ମାନେ କିପରି ଭାବାରେ ଅନ୍ୟ ଏକ ବେସରକାରୀ ସଂସ୍ଥା ଠାରୁ ସୁବିଧା ସୁଯୋଗ ଓ ଭିନ୍ନ ଭିନ୍ନ ପଦବୀ ରେ ରହୁଛିନ୍ତି ତାହା ଏକ ନିରପେକ୍ଷ ତଦନ୍ତ ସାପେକ୍ଷ.ସବୁଠୁ ବଡ଼ କଥା ହେଉଛି ବିଦ୍ୟାଳୟ ର କୌଣସି ଜନ ମଙ୍ଗଳ କାମ କିମ୍ୱା ବିଦ୍ୟାଳୟ ର ହଷ୍ଟେଲ ର ଖାଇବା ପାଇଁ ଟଙ୍କା କାଢ଼ିବା ପାଇଁ ହେଲେ ଏମାନେ ସଠିକ ସମୟରେ ପହଂଚି ନାହିଁ କି ବିଦ୍ୟାଳୟ ର ପାରି ପାର୍ସିକ ଉନ୍ନତି ପାଇଁ ମୁଣ୍ଡ ଖେଳାନ୍ତି ନାହିଁ. ଯେଉଁଥି ପାଇଁ ବିଦ୍ୟାଳୟ ର ଶିକ୍ଷା ର ମାନ, ବିଦ୍ୟାଳୟ ର ଉନ୍ନତି ଓ ପିଲାଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ରେ ଲାଗିଛି. ଓଡ଼ିଆ ଶିକ୍ଷା ର ପ୍ରଚାର ପ୍ରସାର, ଗୁରୁକୁଳ ଆଶ୍ରମ ପରି ଶିକ୍ଷା, ସଂସ୍କାର ଆଉ ଆଗ ପରି. ଯଦି ଆଗକୁ ଏ କମିଟି ରୁହେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏ ବାବଦରେ ହସ୍ତକ୍ଷେପ ନକରି ତାହେଲେ ଏ ସର୍ବପୁରାତନ ଶିକ୍ଷା ଅନୁଷ୍ଠାନ ଆଗକୁ କୁଚକ୍ରୀ ଗୋଷ୍ଠୀ ଙ୍କ କବଳରେ ନିଜ ର ଅସ୍ତିତ୍ବ ହରାଇବ ବୋଲି ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଆଶଙ୍କା ସୃଷ୍ଟି ହେଇଛି. ଆମେ ଏ ବିଷୟରେ ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏ ସମ୍ପର୍କରେ ମୁଁ ଅବଗତ ନାହିଁ, ଘଟଣା ର ସତ୍ୟା ସତ୍ୟ କୁ ଦେଖି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି.
