
କାର୍ଯ୍ୟରତ ଶିକ୍ଷୟିତ୍ରୀ ଙ୍କ ବିୟୋଗ।
ସୋର ବ୍ଲକ ଉଦୟ ନାରାୟଣ ବିଦ୍ୟାପିଠ ର କାର୍ଯ୍ୟରତ ବିଜ୍ଞାନ ବିଭାଗର ଶିକ୍ଷୟିତ୍ରୀ ବିଶ୍ଵ ବନ୍ଦିତା ବାରିକ୍ (୨୭) ଙ୍କ ଆଜି ଭୋର୍ ସମୟରେ ଦେହାନ୍ତ ହୋଇଯାଇଛି। ରାତି ୩ ଘଟିକା ସମୟରେ ଛାତି ରେ ଯନ୍ତ୍ରଣା ଅନୁଭବ କରିବାରୁ ବିଶ୍ଵ ବନ୍ଦିତା ଙ୍କୁ ତାଙ୍କ ପରିବାର ଲୋକେ ସୋର ଡାକ୍ତରଖାନା ରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସହକର୍ମୀ ମାନେ ତାଙ୍କୁ ସୋର ଡାକ୍ତରଖାନା ରେ ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ମରଶରୀରକୁ ସେ କାର୍ଯ କରୁଥିବା ଉଦୟ ନାରାୟଣ ବିଦ୍ୟାପିଠ ଆଣିଥିଲେ, ତାଙ୍କ ଶେଷ ଦର୍ଶନ ପାଇଁ ଛାତ୍ର ଛାତ୍ରୀ, ଅନ୍ୟ ସହକର୍ମୀ ତଥା ଗ୍ରାମବାସୀ ମାନେ ଏକତ୍ରିତ ହୋଇ ତାଙ୍କ ମରଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେ ସ୍ନେହଶୀଳ ମନୋଭାବ ଯୋଗୁଁ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଏକ ସ୍ବତନ୍ତ୍ର ପରିଚୟ ଅଳ୍ପ ଦିନ ମଧ୍ୟରେ ସୃଷ୍ଟି କରିପାରିଥିଲେ। ତାଙ୍କର ଏହି ବିୟୋଗ ବିଦ୍ୟାଳୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରଞ୍ଜିତା ବେହେରା କହିଛନ୍ତି।