
*ମା ମଙ୍ଗଳାଙ୍କ ନବରାତ୍ର ପୂଜା ଓ ଜନ କଲ୍ୟାଣ କେନ୍ଦ୍ରର ଦ୍ଵିତୀୟ ଜନ୍ମୋବାର୍ଷିକୋତ୍ସବ*
ଉବାନୀପାଟଣା,.. ( କିଶନ୍ ଶର୍ମା )- ସ୍ଥାନୀୟ ଶକ୍ତିନଗର ସ୍ଥିତ ମଙ୍ଗଳା ମନ୍ଦିର ଠାରେ ମା’ ମଙ୍ଗଳାଙ୍କର ପଞ୍ଚ ଦିବସୀୟ ଚଇତ୍ର ନବରାତ୍ର ପୂଜା ପଡ଼ାବାସୀଙ୍କ ସହଯୋଗରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତପୂଜାରେ ବସନ୍ତ କୁମାର ମୁଣ୍ଡ ଓ ତାଙ୍କ ସହଧର୍ମିଣୀ ତେଜସ୍ଵୀନୀ ମୁଣ୍ଡ କର୍ତ୍ତା ଦାୟିତ୍ଵ ତୁଳାଇଥିବା ବେଳେ ସହଦେବ ପାଢ଼ୀ,ପ୍ରମୋଦ କୁମାର ମିଶ୍ର
ଓ ପ୍ରଦୀପ କୁମାର ପଣ୍ଡା
ଯଜମାନ କାର୍ଯ୍ୟ ତୁଲାଇଥିଲେ। ପୂଜାର ଅନ୍ତିମ ତଥା ପୂର୍ଣ୍ଣାହୂତି ଦିବସରେ ପଡ଼ାର ଜନ କଲ୍ୟାଣ ନିମନ୍ତେ ନିର୍ମିତ ତଥା ସେବବ୍ରତି ଏକତା ମଞ୍ଚ ଦ୍ଵାରା ପରିଚାଳିତ
ମା’ ମଙ୍ଗଳା ଜନକଲ୍ୟାଣ କେନ୍ଦ୍ରର ଦ୍ଵିତୀୟ ଜନ୍ମବାର୍ଷିକ ଉତ୍ସବ ମଧ୍ୟ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶିଷ୍ଟ ସମାଜସେବୀ ଡା. ଜଳନ୍ଧର ମେହେର, ଡା. ହେମାଙ୍ଗିନୀ ମେହେର ତଥା ଡା. ପଲଉ ପ୍ରଧାନ ଅତିଥି ରୂପେ ଯୋଗ ଦେଇ ଦ୍ଵିତୀୟ ଜନ୍ମଦିବସ ପାଳନ ନିମନ୍ତେ ପାରମ୍ପାରିକ ଭାବେ ଦୁଇଟି ଦ୍ଵୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟର ପ୍ରାରମ୍ଭ କରିଥିଲେ। ଜନକଲ୍ୟାଣ କେନ୍ଦ୍ରର ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ର ସଭାରେ ସଭାପତିତ୍ୱ କରି ପଡ଼ାର ତଥା ଜନ କଲ୍ୟାଣ କେନ୍ଦ୍ରର ଗଠନ ରେ ପଡ଼ାବାସୀ ଙ୍କ ନିଷ୍ଠା , ସହଯୋଗ ଓ ସଫଳତାର ଗାଥା ବର୍ଣ୍ଣନା ଥିଲେ। ଉକ୍ତ ଜନ୍ମୋତ୍ସବ ପାଳନ ଅବସରରେ ବରିଷ୍ଠ ସମାଜସେବୀ ଭକ୍ତରାମ ମହାପାତ୍ର ଙ୍କୁ ତାଙ୍କର ନିସ୍ବାର୍ଥପର ସେବା କାର୍ଯ୍ୟ ନିମନ୍ତେ ଅତିଥ୍ ବୃନ୍ଦ ମାନପତ୍ର ଓ ଉପଢୌକନଦେଇ ସମ୍ମାନିତ କରିଥିଲେ। ପଡ଼ା ବାସୀ ବିରେନ୍ଦ୍ର ମୋହନ ଦୋରା ମାନପତ୍ର ପାଠ କରିଥିବାବେଳେ ,କେନ୍ଦ୍ରର ଉପ ସଭାପତି ମଦନ ମୋହନ ପଣ୍ଡା ପଡ଼ାର ମାତୃଶକ୍ତି ନିମିତ୍ତ ଅନୁଷ୍ଠିତ ରଙ୍ଗୋଲି, ଶଙ୍ଖ ଫୁଙ୍କା ଓ ହୁଲ ହୁଳି ପ୍ରତିଯୋଗିତା ର ପୁରସ୍କାର ବିତରଣ ପରିଚାଳନା କରିଥିଲେ । ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ଉକ୍ତ ସଭାକାର୍ଯ୍ୟ ର ମଞ୍ଚ ପରିଚାଳନା କରିଥିଲେ। ସଭା କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ସନାତନ ସାହୁ, ଡମ୍ବରୁଧର ମିଶ୍ର, ଚିତ୍ତ ରଞ୍ଜନ ପରିଚ୍ଛା, ସୁଶାନ୍ତ ବିଶ୍ବାଳ, ରଘୁ ମୁଣ୍ଡ, ରାଜେଶ ନାଗ, ଗୋପାଳ ଚନ୍ଦ୍ର ମିଶ୍ର, ଭାଗ୍ୟବାନ ମେହେର ପ୍ରମୁଖ ସକ୍ରୀୟ ଯୋଗଦାନ କରିଥିଲେ , ମାତୃ ମଣ୍ଡଳୀ ର ସଦସ୍ୟା ପ୍ରମିଳା ମିଶ୍ର ରଙ୍ଗୋଲି ସଜ୍ୟାକାର୍ଯ୍ୟ କରିଥିବା ବେଳେ ଗୌରୀ ସାହୁ, ସୁଷମା ପ୍ରଧାନ,କସ୍ତୁରୀ ତ୍ରୀପାଠୀ, ପୁନ୍ୟବତୀ ଚୌଧୁରୀ ପ୍ରତିଯୋଗିତା ପରିଚାଳନା ରେ ସହଯୋଗ କରିଥିଲେ। ସର୍ବୋପରି ମା ମଙ୍ଗଳାଙ୍କ ଦୀର୍ଘ ପଞ୍ଚ ଦିବସୀୟ ଚୈତ୍ର ନବରାତ୍ର ପୂଜା ତଥା ଅନ୍ନଭୋଗ ପରିଚାଳନାରେ
ସୁକେଶ ପୁରୋହିତ,ଦୀନବନ୍ଧୁ ପୁରୋହିତ,କୃଷ୍ଣ ଚନ୍ଦ୍ର ପଣ୍ଡା,କବି ଚନ୍ଦ୍ର ସ୍ୱାଇଁ,ମନୋଜ କୁମାର ନାୟକ, ପ୍ରଦୀପ ମୁଣ୍ଡ, ବିଶ୍ୱଜିତ୍ ରାୟ ,ପିତାମ୍ବର ବେହେରା, ଲୋଚନ ପ୍ରଧାନ, ଚନ୍ଦ୍ର ଶେଖର ପୁରୋହିତ,ନଳିନୀ ରଞ୍ଜନ ମିଶ୍ର, ଜ୍ଞାନରଞ୍ଜନ ମହାପାତ୍ର ଓ ପରିଚାଳନା କମିଟି ର ସମସ୍ତ ସଦସ୍ୟ ସଦସ୍ୟାଗଣ ସକ୍ରୀୟ ଯୋଗଦାନ ପୂର୍ବକ ପୁଜାକାର୍ଯ୍ୟ ର ସଫଳ ସଂପାଦନ କରିଥିଲେ।