*ସାମାଜିକ କୁସଂସ୍କାର କୁ ନେଇ ସଚେତନତା କାର୍ଯ୍ୟକ୍ରମ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ସାମାଜିକ କୁସଂସ୍କାର କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଳା ଆଇନ ସେବା ପ୍ରାଧିକରଣ, ନୂଆପଡା ସହାୟତା ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଧକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସେକ୍ରେଟାରୀ ମାନନୀୟା ନବନିତା ଦାସ (OJS) ଯୋଗଦାନ କରିଥିଲେ। ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ୍ର. ତରୁଣ କୁମାର ପ୍ରଧାନ ଏହାକୁ ପରିଚାଳନା କରିଥିବା ବେଳେ, ଅଧ୍ୟାପକ ଜିତେନ୍ଦ୍ର କାଲସାଇ ସହାୟତା କରିଥିଲେ। ଅଧକ୍ଷ ଓ ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ଆଇନ ସେବା ଅଧିକାର. ବାଲ୍ୟବିବାହ ପ୍ରଥା ଇତ୍ୟାଦି ଉପରେ ସଚେତନା କରାଇଥିଲେ। ସେ ଜଟିଆ ହେମ୍ରମ କେସ କୁ ଉଦାହରଣ ଭାବେ ନେଇ ସେ କିପରି ଦୀର୍ଘ ୧୨ ବର୍ଷ ପର୍ଯ୍ୟନ୍ତ ଆଇନ ସେବା ଅଧିକାର ରୁ ବଞ୍ଚିତ ହୋଇଥିଲା. ତାହା ଆଲୋଚନା କରିଥିଲେ। ସମାଜରେ କେଉଁ ମାନଙ୍କୁ ମାଗଣା ରେ ଆଇନସେବା ଯୋଗାଇଦିଆ ଯାଇ ପାରିବ ତାହା ଆଲୋଚନା କରିଥିଲେ।
ନୂଆପଡା ଜିଲ୍ଳା ଆଇନସେବା ପ୍ରାଧିକାରଣ ସେକ୍ରେଟାରୀ ଙ୍କ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତାହା ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।
ଏଥିରେ ଶତାଧିକ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗଦାନ କରି ଥିଲେ।
ଶେଷରେ ପ୍ରାଧ୍ୟାପକ ଡ୍ର. ତରୁଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
