*କୁସମାଲ ଗ୍ରାମର ହୀରା ସିଂ ମାଝୀଙ୍କ ଜମିକୁ ଜଳସେଚନ ନ ହେବା ଘଟଣା, ଖବର ନିଉଜ୍ ରେ ପ୍ରକାଶ ପରେ ଲୋଅର ଇନ୍ଦ୍ର ଜଳସେଚନ ବିଭାଗ ତରଫରୁ ପଦକ୍ଷେପ*
ନୂଆପଡା (ମିଖାଏଲ ନନ୍ଦ) ତା:୦୭.୦୩. ,
କୁସମାଲ ଅଞ୍ଚଳ ଦାୟିତ୍ୱରେ ଥିବା ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କୁ ଏହାର ସତ୍ୟା ସତ୍ୟ ଜାଣିବା ପାଇଁ କୁହାଯାଇଥିବା ବେଳେ ଜଳସେଚନ ବିଭାଗ ଏସ.ଡି.ଓ. ଙ୍କ ଠାରୁ ପ୍ରକାଶ। ଏସ.ଡି.ଓ. ସୌରଭ ଦାସଙ୍କ ସୂଚନା ଅନୁଯାୟୀ, ପାଣି ପଞ୍ଚାୟତ ତରଫରୁ କୁସମାଲ ଗ୍ରାମର ତଳ ମୁଣ୍ଡରେ ଥିବା ଜମିରେ ରବି ଧାନ ନ କରିବା ପାଇଁ ଗ୍ରାମରେ ବୈଠକ କରି ସୂଚୀତ କରିଥିଲେ। ସେହି ଅଞ୍ଚଳରେ ଚାଷୀମାନେ ଧାନ ଚାଷ କରିଛନ୍ତି। ଯଦ୍ୱାରା ପାଣି ଅଭାବ ଦେଖାଯାଉଛି।ତଳ ମୁଣ୍ଡରେ ସୁନ୍ଦର ନଦୀକୁ ଲାଗି ରହିଥିବା ଜମିରେ ରବି ଋତୁରେ ଧାନ ଚାଷ ନ କରି ମୁଗ ବିରି କରିବା ଲାଗି ଚାଷୀ ରାଜି ହୋଇଥିଲେ। କିନ୍ତୁ ପୁନର୍ବାର ଧାନ କରିଛନ୍ତି। ଉପରୋକ୍ତ ଜମି ରେ ଜଳ ସେଚିତ କଲେ ମଧ୍ୟ ସବୁ ଜଳ ନଦୀ ଟାଣି ନେବ ବୋଲି ଲୋକଙ୍କୁ ବୁଝାଇବାକୁ ପାଣିପଞ୍ଚାୟତ ଗୁରୁ ଦାୟିତ୍ବ ବହନ କରୁଅଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି। ତେବେ ମାଝୀ ଓ ତାଙ୍କ ଆଖ ପାଖର ଚାଷୀଙ୍କ କହିବା ଅନୁଯାୟୀ, ପାଣି ପଞ୍ଚାୟତ ଦ୍ଵାରା କରାଯାଇଥିବା ମିଟିଂରେ କୁସମାଲ ଗ୍ରାମର ଗହିର ପଡା ଚାଷୀଙ୍କ ୧ ନମ୍ବର ସିଟ ରେ ଥିବା ଜମିରେ ଚାଷ ନ କରିବା ପାଇଁ କୁହାଯାଇଥିଲା। ହରି ସିଂ ମାଝୀଙ୍କ ଜମି ସେହି ସିଟ ରେ ନାହିଁ। ତେଣୁ ସେ ଚାଷ କରିଥିଲେ।
