*ନୀଳମଣି କଲେଜରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର*
*(୫୪ : ୟୁନିଟ ରକ୍ତ ସଂଗ୍ରହ)*
———————————————–
ବାଲେଶ୍ଵର :..ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଆ ପକ୍ଷ ପାଳନ ଅବସରରେ ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟ ଆନୁକୁଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଆୟୋଜନ ଅବସରରେ ୨୮ ନମ୍ବର ଜୋନ ସଭାପତି ତପନ କୁମାର ଗିରି, ଆଙ୍କୋ ପଞ୍ଚାୟତ ସଭାପତି ଶ୍ରୀଧର ବେହେରା, କସିପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବେହେରା ଓ ନୀଳମଣି ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ଜୟନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ସ୍ଵେଚ୍ଛା ରକ୍ତଦାତା ମାନଙ୍କୁ ଏହି ଶିବିରରେ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତପନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ. ଅର୍ଦ୍ଧେନ୍ଦୁ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପିନାକ୍ଷୀ ପଣ୍ଡା ବେଦ ପାଠ କରିଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଯୁବ ରେଡକ୍ରସ କାଉନସେଲର ଶ୍ରବଣ ନାୟକ, ରୋଭର ଲିଡର ପ୍ରଶାନ୍ତ ସିଂ, ଚନ୍ଦନ କୁମାର ଦାସ, ଶମ୍ଭୁନାଥ ଗିରି, ସତ୍ୟେନ୍ଦ୍ର କୁମାର ପାଲ, ଇତିଶ୍ରୀ ମହାନ୍ତ ଓ ବାସନ୍ତୀ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ା. ଲକ୍ଷ୍ମୀକାନ୍ତ ଉଦଗାତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତା ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିବାବେଳେ ବାଲେଶ୍ଵରସ୍ଥିତ ଓଡ଼ିଶା ରକ୍ତକେନ୍ଦ୍ରର ଅକ୍ଷୟ କୁମାର ଜେନା, ଜ୍ୟୋତିର୍ମୟୀ ଦାସ, ତନ୍ମୟ ପ୍ରଧାନ ଓ ବିନୋଦ କୁମାର ସାହୁ ପ୍ରମୁଖ ଏହି ଶିବିରରେ ୫୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ।
ପ୍ରାଧ୍ୟାପିକା କଳ୍ପନା ମଞ୍ଜରୀ ପାତ୍ର, ପ୍ରାଧ୍ୟାପକ ସରୋଜ କୁମାର ପାଣି, ବିଜୟ କୁମାର ବେହେରା, ଡ. ତପନ କୁମାର ଦାସ, ଡ. ଶାନ୍ତନୁ କୁମାର ଜେନା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, କର୍ମଚାରୀ ଓ ସ୍ଥାନୀୟ ରକ୍ତଦାତାମାନେ ଏହି କାର୍ଯ୍ୟକ୍ରମରେ ରକ୍ତଦାନ କରିଥିଲେ । ଶେଷରେ ଅଧ୍ୟାପକ ଲାକ୍ଷୀରାମ ହାଁସଦା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
