**ଟାଟା ଟି ପି ସି ଓ ଡ଼ି ଏଲ କାର୍ଯ୍ୟଳୟ ଘେରାଉ କଲେ ବ୍ଲକ କଂଗ୍ରେସ କମିଟି.**
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଇଂ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ନେତୃତ୍ବରେ ଏବଂ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ( ଫେଲୁ ଭାଇ )ଙ୍କ ଉପସ୍ଥିତିରେ ଅତିରିକ୍ତ ସୁରକ୍ଷା ଜମାରାଶି ଓ ସ୍ମାର୍ଟ ମିଟର କୁ ବିରୋଧ କରି ବ୍ଲକ କଂଗ୍ରେସ ତିର୍ତ୍ତୋଲ ସ୍ଥିତ ବିଦ୍ଯୁତ କାର୍ଯ୍ଯାଳୟ ଘେରାଉ ଓ ପ୍ରତିବାଦ ସଭା କରିଥିଲା । ସରଣୀ ଛକ ଠାରୁ କଂଗ୍ରେସ କର୍ମୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ଟାଟା ପାଓ୍ବାର ଏବଂ ସରକାର ବିରୁଦ୍ଧରେ ନାରାବାଜି କରି ବିଦ୍ଯୁତ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲେ ; ବ୍ଲକ କଂଗ୍ରେସ ସଭାପତି ସଫି ଆଜମ୍ ଙ୍କ ସଭାପତିତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ନାୟକ ଅତିରିକ୍ତ ସୁରକ୍ଷା ଜମାରାଶି କୁ ପ୍ରତ୍ଯାହାର ଏବଂ ସ୍ମାର୍ଟ ମିଟର ର ବିଶ୍ବସନୀୟତା ପରୀକ୍ଷା ନହେବା ଯାଏ ସ୍ମାର୍ଟ ମିଟର କୁ ପ୍ରତ୍ଯାହାର କରିବା , ବିଦ୍ଯୁତ କାଟ ଓ ଅନ୍ଯାନ୍ଯ ଆଞ୍ଚଳିକ ସମସ୍ଯା ସମ୍ବଧରେ ଉପଖଣ୍ଡ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ କଂଗ୍ରେସ ଦାବି କରିଥିବା ସମସ୍ଯା ଗୁଡିକର ସମାଧାନ କରାଯାଉ ନତେତ୍ କଂଗ୍ରେସ ଦଳ ଆଗକୁ ଆନ୍ଦୋଳନ ତୀବ୍ରତର କରିବ ବୋଲି ଇଂ ମଲ୍ଲିକ ଚେତାବନୀ ଦେଇଛନ୍ତି ।
ଜିଲ୍ଲା କଂଗ୍ରେସ ଉପ ସଭାପତି ମହମ୍ମଦ ଅବଦୁଲ ଓ୍ବାହିଦ , ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଶୁଭ ନାରାୟଣ ନାୟକ , ଧନଞ୍ଜୟ ସୂତାର , କାର୍ଯ୍ଯକାରୀ ସଦସ୍ଯ ଅକ୍ଷୟ ଦାଶ , ଜିତେନ୍ଦ୍ର ମହାନ୍ତି , କୃଷ୍ଣଚନ୍ଦ୍ର ସ୍ବାଇଁ , ଗରାମ ସରପଞ୍ଚ ପ୍ରଦ୍ଯୁମ୍ନ କିଶୋର ଚୟନୀ , ମଣିଜଗାଂ ସରପଞ୍ଚ ଶଶଧର ମଲ୍ଲିକ , ଜଗନ୍ନାଥପୁର
ସରପଞ୍ଚ ସୁଶାନ୍ତ ନାୟକ ,
ମୂଳିସିଂ ସମିତିସଭ୍ଯ ରଞ୍ଜନ ସାହୁ , ଆମ୍ବେରି ସମିତିସଭ୍ଯ ଅରୁଣ ମଲ୍ଲିକ , ପୂ୍ର୍ବତନ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ , ମନୋରଞ୍ଜନ ପଟ୍ଟନାୟକ, ସୁକାନ୍ତ କୁମାର ସେଠି ପ୍ରଦୀପ୍ତ ଶତପଥୀ , ଲଲାଟ କେଶରୀ ମହାପାତ୍ର , ବ୍ରଜ କିଶୋର ମଲ୍ଲିକ , ପ୍ରଶାନ୍ତ ଲେଙ୍କା , ଧୃବ ଚରଣ ପରିଡା , ଚିତ୍ତରଞ୍ଜନ ଦାସ , ନିତ୍ଯାନନ୍ଦ ସାହୁ , ସୁଧାଶୁଂ ବେହେରା , ସୁଭାଶିଷ ସ୍ବାଇଁ , ପ୍ରଭାତ ସ୍ବାଇଁ , ବଷ୍ଣିଧର ପାତ୍ର , ଧନଞ୍ଜୟ ପୃଷ୍ଟି , ଦୀପ୍ତିରଞ୍ଜନ ସ୍ବାଇଁ, ମନୋରଞ୍ଜନ ପଟ୍ଟନାୟକ , ପ୍ରଗତି ପରିଜା ,
ଅଜୟ ବସ୍ତିଆ ,ଅମିତାଭ ମହାନ୍ତି , ଗଗନ କୁମାର ମହାନ୍ତି ,ସୌମ୍ଯ ରଞ୍ଜନ ସ୍ବାଇଁ , ସୁରେଶ ଦାସ , ସନ୍ତୋଷ ଦାସ , ତ୍ରିଲୋଚନ ସାହୁ , ମନୋଜ ବେହେରା , ଜ୍ଯୋତି ରଞ୍ଜନ ମଲ୍ଲିକ , ନିର୍ମଳ ବାରକି , ରାକେଶ ସ୍ବାଇଁ , ସାଇ ପ୍ରଭଞ୍ଜନ ମହାପାତ୍ର , ସୟଦ ସାୟକ ରସୁଲ , ଶିଲୁ ମିଶ୍ର, ହିମାଂଶୁ ମାହାନ୍ତି, ତୃପ୍ତି ରଞ୍ଜନ ସୁତାର ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ ।
