ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓ ଯେ ୟୁ ଗଜପତି ପକ୍ଷରୁ ପ୍ରଥମ ଆଲୋଚନା ବୈଠକ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆଜି ଓଯେୟୁ ଗଜପତି ପକ୍ଷରୁ ପ୍ରଥମ ଆଲୋଚନା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସାମ୍ବାଦିକ ଅମିତ କୁମାର ପଟ୍ଟନାୟକ ଙ୍କ ଅଧକ୍ଷତାରେ ଜିଲ୍ଲା ଏବଂ ବ୍ଲକ ସ୍ତରର ସାମ୍ବାଦିକ ମାନେ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ଅବସରରେ ଶ୍ରୀ ରାଜେନ୍ଦ୍ର ରଥ ଏବଂ ସଞ୍ଜୟ ଜେନା ସଂଗଠନ କରିବା ନେଇ ବହୁ ବିଷୟ ଉପରେ ଟିପଣୀ ଦେଇଥିଲେ। ଏଥି ସହ ଏହି ସଙ୍ଗଠନ କୁ କିପରି ସୁଦୃଢ଼ କରାଯାଇ ପାରିବ କିପରି ସୁବିଚାର ରଖି ସାମ୍ବାଦିକଙ୍କ ହିତରେ କାର୍ଯ୍ଯ କରିବ ସେ ନେଇ ସମସ୍ତ ଉପସ୍ଥିତ ସାମ୍ବାଦିକ ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଏହି ଅବସରରେ କ୍ରୀତଦାସ ବର୍ଦ୍ଧନ, ଆଲିନ ପାଣି, ପ୍ରେମା ପଣ୍ଡା, ଉପିରିଆମ୍ ରଇତ, ଟିକି ଲିମ୍ମା, କୈଳାଶ ସ୍ୱାଲସିଂ, ସୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
