*ନୂଆପଡ଼ା ଜିଲ୍ଲା ଖରିଆର ରୋଡ ସ୍ଥିତ ଅଧିବକ୍ତା ପୁରୁଷୋତମ ସୋନି ଙ୍କ ପୁଅ ତେଜସ୍ଵୀ ସୋନି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି, ବିଶ୍ୱ କିକ ବକ୍ସିଂ ରେ ସ୍ୱର୍ଣ୍ଣ ପଦକ ହାସଲ*।
ନୂଆପଡା(ମିଖାଏଲ ନନ୍ଦ)
ତା:୦୫.୦୩
ନୂଆପଡ଼ା ଜିଲ୍ଲା ଖରିଆର ରୋଡ ସ୍ଥିତ ଅଧିବକ୍ତା ପୁରୁଷୋତମ ସୋନି, ଚନ୍ଦ୍ରପ୍ରଭା ସୋନିଙ୍କ ପୁତ୍ର ତେଜସ୍ଵୀ ସୋନି ଗର୍ବ ଓ ଗୌରବ ଆଣିଛନ୍ତି। ତେଜସ୍ଵୀ ସୋନି ବାଲି ଠାରେ ଫିଲିପାଇନ୍ସ ର ପ୍ରତିଦ୍ବନ୍ଦୀ ଙ୍କୁ ହରାଇ ବିଶ୍ଵ କିକ ବକ୍ସିଂ ରେ ଗୋଲ୍ଡ ମେଡାଲ ପାଇ ନୂଆପଡ଼ା ଜିଲ୍ଲା ତଥା ସାରା ରାଜ୍ୟର ଗର୍ବ ଓ ଗୌରବ ଆଣିଛନ୍ତି। ତାଙ୍କୁ ଖରୀଆର ରୋଡ ପହଞ୍ଚିବା ପରେ ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦେଇଛନ୍ତି। ଜିଲ୍ଲା ଓକିଲ ସଂଘ ସଭାପତି ଖିତିଶ ଅଶୋକ ବୋଧନକର ତାଙ୍କୁ ଭବ୍ୟ ସ୍ୱର୍ଗତ କରିଛନ୍ତି। ତାଙ୍କ ଏହି ସଫଳତା ଯୁବ ବର୍ଗ ଙ୍କ ପାଇଁ ଏକ ପ୍ରେରଣା ଦାୟକ ଉଦାହରଣ ଅଟନ୍ତି। ଜିଲ୍ଲା ରେ ଅନେକ ସୁଯୋଗ ସୃଷ୍ଟି କରିବା ସହ ଯୁବ ଗୋଷ୍ଠୀ ନିଜ ର ପ୍ରତିଭା ପାଇଁ ଅନେକ ପ୍ରୟାସ କରିବାକୁ ଆହ୍ବାନ କରିଛନ୍ତି। ଜିଲ୍ଲା ରେ କ୍ରୀଡା କୁ ନିଜ ଭବିଷ୍ୟତ ବାଛିବା ସହ କ୍ରୀଡାବିତ ଙ୍କୁ ସୁଯୋଗ ଏବଂ ଉପଯୁକ୍ତ ତାଲିମ୍ ପ୍ରଦାନ କଲେ ଅନେକ ସୁଫଳ ଆସିବା ସୁନିଶ୍ଚିତ ହେବ।
