ପୁରୁଣା ପଡା ରେ କାମନା ଦଣ୍ଡ ନୃତ୍ୟ ପରିବେଷଣ.
ଭବାନିପାଟଣାର 🙁 କିଶନ୍ ଶର୍ମା ) – ପ୍ରତିବର୍ଷ ପରି ଚଳିତ ବର୍ଷ ଭବାନୀପାଟଣା ସହର ଅନ୍ତର୍ଗତ 15 ନମ୍ବର ୱାର୍ଡ ର ପୁରୁଣା ପଡା ସ୍କୁଲ ଛକ ଠାରେ କାମନା ଦଣ୍ଡ ନୃତ୍ୟ ପରିବେଷଣ ହୋଇଯାଇଛି. ମଦନ ରାମପୁର ବ୍ଲକ ଅନ୍ତର୍ଗତ ତଳ ସାଗର ରୁ ପ୍ରଭୁ ଶିବ ଓ ମା କାଳୀଙ୍କ ସାଧକମାନେ ଦଣ୍ଡୁଆ ଧରି ପୁରୁଣା ପଡା ଆସି ସ୍କୁଲ ଛକ ଠାରେ କାମନା ଦଣ୍ଡ ନୃତ୍ୟ କରିଥିଲେ. ଆଜି ସକାଳେ ସ୍ନାନ ପରେ ଉତ୍ତପ୍ତ ଧୂଳି ରେ ଶୟନ କରି ଧୁଳିଆ ଦଣ୍ଡ , କଣ୍ଟା ରେ ଶୟନ, ଜଳ କ୍ରୀଡା ରାତ୍ର ରେ ଅଗ୍ନି ଦଣ୍ଡ ଆଦି ପ୍ରଦର୍ଶନ କରିଥିଲେ. ଗତ ତିନି ଦିନ ଧରି ମାନସିକ ଧାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ ବାସ ଗୃହ ସମ୍ମୁଖ, ଭୋଇଗୁଡା, ସ୍କୁଲ ଛକ ଠାରେ ଅନୁଷ୍ଠିତ ହୋଇ ଯାଇଛି.ରାତ୍ର ରେ ସାଧକ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ. ପୁରୁଣା ପଡା ସ୍କୁଲ ଛକ ଅଞ୍ଚଳ ବାସୀଙ୍କ ସହଯୋଗ ରେ ହୋଇଥିବା ଏହି ଦଣ୍ଡ ଯାତ୍ରା ର ମୁଖ୍ଯ କର୍ତା ଭାବେ ଭଗବାନ ବିଶୋଇ ନିର୍ବାହ କରିଥିବା ବେଳେ ଅଶ୍ୱିନୀ ପ୍ରଧାନ, କମ୍ଭୂ ପାଣି ପରିଛା, ଇନ୍ଦ୍ରମଣି ଡାକୁଆ, ସନ୍ତୋଷ ପ୍ରଧାନ, ଲକ୍ଷ୍ମୀ ନାରାୟଣ ପଣ୍ଡା, ଚନ୍ଦ୍ର ଶେଖର ପାତ୍ର,ଜୟ ଚନ୍ଦ୍ର ପ୍ରଧାନ ପ୍ରମୂଖ ପରିଚାଳନା କରିଥିଲେ. ଶରୀର କୁ ବିଭିନ୍ନ ଭବରେ କଷ୍ଟ ଦେଇ ଶାରିରୀକ ସୁସ୍ଥ ରଖିବା କାମନା ଦଣ୍ଡ ର ମୁଖ୍ଯ ମୁଳ ମନ୍ତ୍ର ବୋଲି ମତବ୍ୟକ୍ତ କରିଛନ୍ତି.
