*୮ ମାର୍ଚ୍ଚ ଅନ୍ତର୍ଜାତୀୟ ମହିଳା ଦିବସ ରେ ସମ୍ବର୍ଦ୍ଧିତ ହେବେ ୩୦ ଜଣ ଆଦର୍ଶ ଗୃହଣୀ ପ୍ରସ୍ତୁତି ବୈଠକ* (କଳାହାଣ୍ଡି.ରମେଶ ଅଗ୍ରୱାଲ.) ଭବାନୀପାଟଣା :ତା ୦୧/୦୩/୨୦୨୬ ଭବାନୀପାଟଣା ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ୮ ମାର୍ଚ୍ଚ ଅନ୍ତର୍ଜାତୀୟ ମହିଳା ଦିବସ ରେ ସମ୍ବର୍ଦ୍ଧିତ ହେବେ ୩୦ ଜଣ ଆଦର୍ଶ ଗୃହଣୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଆଦର୍ଶ ଗୃହିଣୀ ହେଉଛନ୍ତି ପରିବାରର ମେରୁଦଣ୍ଡ, ଯିଏ ନିଜ ସ୍ନେହ, ତ୍ୟାଗ ଓ ସେବା ଦ୍ଵାରା ଘରକୁ ସ୍ୱର୍ଗ ସଦୃଶ କରିଥାନ୍ତି। ସେ ସମସ୍ତଙ୍କ ଆବଶ୍ୟକତା ପୂରଣ କରିବା ସହ ଶୃଙ୍ଖଳିତ ଜୀବନଯାପନ, ସୁସ୍ଥ ଖାଦ୍ୟପେୟ ଏବଂ ପିଲାମାନଙ୍କୁ ସଂସ୍କାର ଦେଇ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳନ୍ତି। ସେ ଅଧୈର୍ଯ୍ୟ ନ ହୋଇ ପରିବାରର ସୁଖ ପାଇଁ ନିଜକୁ ଉତ୍ସର୍ଗ କରନ୍ତି। ଜଣେ ଆଦର୍ଶ ଗୃହିଣୀ କେବଳ ଘରର ଚାରି କାନ୍ଥ ଭିତରେ ସୀମିତ ନଥାନ୍ତି, ବରଂ ସମାଜ ଗଠନରେ ମଧ୍ୟ ସେମାନଙ୍କର ବଡ଼ ଅବଦାନ ଥାଏ। ଏଣୁ ଭବାନୀପାଟଣା ପୌରପାଳିକା ସ୍ତରୀୟ ୩୦ ଜଣ ଆଦର୍ଶ ଦୁହିତା ଙ୍କୁ ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ରେ ସମ୍ବର୍ଦ୍ଧନା କରାଯିବ ଓ ଇଛୁକ ମହିଳା ମାର୍ଚ୍ଚ ୫ ସୁଧା ନିଜର ନାମ ପଞ୍ଜିକରଣ ୱାଟ୍ସଅପ ନମ୍ବର ୯୪୩୭୩ ୬୩୦୧୧ ରେ କରିପାରିବେ, ନାମାଙ୍କନ କରିଥିବା ମହିଳା ଭବାନୀପାଟଣା ପୌରପାଳିକା ର ବାସିନ୍ଦା ହୋଇଥିବେ ଓ ବୟସ ୨୫ ରୁ ୪୫ ମଧ୍ୟରେ ହେବା ଜରୁରୀ, ପ୍ରଥମ ୩୦ ଜଣ ନାମାଙ୍କନ କରିଥିବା ମହିଳାଙ୍କୁ ସମ୍ବର୍ଦ୍ଧନା କରାଯିବ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ସୂଚନା ଦେଇଛନ୍ତି | ସ୍କୁଲ ର ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ମୁକୁନ୍ଦ ରେଡ୍ଡୀ, ଶିକ୍ଷୟିତ୍ରୀ ସରିତା ବେଗେଲ, ଚନ୍ଦ୍ରପ୍ରଭା ମିଶ୍ର, ସମୀକ୍ଷ୍ୟାରାଣୀ ବେହେରା ସମେତ ବହୁ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି ସହଯୋଗ କରିଥିଲେ |
