(କଳାହାଣ୍ଡି.ରମେଶ ଅଗ୍ରୱାଲ.) ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷା ରେ କୃତୀ ଛାତ୍ରଛାତ୍ରୀ ଙ୍କ ନାମ ପ୍ରକାଶ. ଭବାନୀପାଟଣା/ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ପୌରା ଞ୍ଚଳ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇ ଯାଇଛି. ତୃତୀୟ ଶ୍ରେଣୀ ରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ସାର୍ଥକ ବିଶ୍ଵାଳ ଓ ସୋମେଶ ପ୍ରଧାନ, ବାଲାଜୀ ସରସ୍ଵତୀ ମନ୍ଦିର ର ଅପୂର୍ବ ଆଦ୍ୟାଶା ବେହେରା ଓ ଶୁଭଙ୍କର ପାଣିଗ୍ରାହୀ.ବୃନ୍ଦାବତୀ ସରସ୍ଵତୀ ଶିଶୁ ମନ୍ଦିର ର ସୁମନ ବାରିକ୍ ଓ ବିନୀତ କୁମାର ଭୋଇ. ମଝୀ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଆୟୁଷ ପଟେଲ ମେରିଟ ଲିଷ୍ଟ ରେ ସ୍ଥାନ ପାଇଛନ୍ତି. ବି ପି ଏଲ ପରିବାର ଭାବେ ନାକଟିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ମନୋରମା କଟା, ମଡେଲ ପ୍ରାଥମିକ ବିଦ୍ୟାଳୟ ର ଆରୋହି ନାଗ, ଓ ଜୟ ରାମ ରଣା, ପୋଲିସ ରିଜର୍ଭ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଜୟଶ୍ରୀ ବିଭାର,ପୁରୁଣା ପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଗୀତିକା ରଣା, ତ୍ରିବେଣୀ ପ୍ରାଥମିକ ବିଦ୍ୟାଳୟ ର ସନ୍ଧ୍ୟା ସାହୁ, ସରକାରୀ ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ର ସ୍ନେହା ରାଣୀ ଦାଶ ନାମ ପ୍ରକାଶ ପାଇଛି. ସେହିପରି ପଞ୍ଚମ ଶ୍ରେଣୀ ରୁ ବ୍ରଜବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୁ ଶୁଭ ଲକ୍ଷ୍ମୀ ବେହରା ଓ ସ୍ୱାଗତ୍ ଭୋଇ ବାଲାଜୀ ବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଅଭି ପ୍ରୀତ ପାଣୁ ଓ ଅଭିନବ ମହାପାତ୍ର ,ବୃନ୍ଦାବତୀ ବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରତିଷ୍ଠା ମହାପାତ୍ର ଓ ବିଶ୍ଵ ସୁରୂପ ବେହେରା.
