*ଖୁଟୁବାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ |*
ନବରଙ୍ଗପୁର ୨୮/୦୨/୨୬ ( ପରଦେଶୀ ଶଗରିଆ )ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଖୁଟୁବାଇ ପଂଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ଦିନ ଜାତୀୟ ବିଜ୍ଞାନ ଦିବସ ବେସ ହର୍ଷ ଉଲ୍ଲାସର ସହ ପାଳିତ ହୋଇଛି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମୁନ୍ନା, ବିଜ୍ଞାନ ଶିକ୍ଷକ ଜ୍ୟୋତି ରଞ୍ଜନ ମୁଦୁଲି,ସହଯୋଗୀ ଶିକ୍ଷକ ନରେନ୍ଦ୍ର ସାହୁ,ଦୁଷ୍ମନ୍ତ କୁମାର ପ୍ରଧାନ,ଦୟାନନ୍ଦ ଦଣ୍ଡପାଳ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଛି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମୁନ୍ନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ପ୍ରଥମେ ସମସ୍ତେ ଚନ୍ଦ୍ର ଶେଖର ଭେଙ୍କଟ ରମଣଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଓ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା |ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜ୍ୟୋତି ରଞ୍ଜନ ମୁଦୁଲି ବିଜ୍ଞାନ ଦିବସର ମହତ୍ବ, ଗୁରୁତ୍ୱ,ବିଜ୍ଞାନର ଆବଶ୍ୟକତା ଓ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ “ରମଣ ପ୍ରଭାବ “ର ଉଦ୍ଭାବନର ରହସ୍ୟ ଆଦି ପ୍ରାଞ୍ଜଳ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇଥିବା ବେଳେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ନରେନ୍ଦ୍ର ସାହୁ ବିଜ୍ଞାନ ଦ୍ୱାରା ମଣିଷ କିପରି ପରିଚାଳିତ ହେଉଛି ଆଦିମ ମଣିଷ ରୁ ଆଧୁନିକ ମଣିଷ କିପରି ବିଜ୍ଞାନ ଦ୍ୱାରା ଅଗ୍ରଗତି କରୁଛି, ଏପିଜେ ଅବଦୁଲ କଲାମଙ୍କର ମିସାଇଲ ଉଦ୍ଭାବନ ଇତ୍ୟାଦି ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇଥିଲେ |ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତ୍ୟେକ ଶ୍ରେଣୀରେ କିଭଳି ବିଜ୍ଞାନର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ |
