କାମାକ୍ଷାନଗର ସତସଙ୍ଗ କେନ୍ଦ୍ର ପରିସରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।
କାମାକ୍ଷାନଗର, କାମାକ୍ଷାନଗର ମୁଣ୍ଡିଦେଉଳି ସ୍ଥିତ ସତସଙ୍ଗ କେନ୍ଦ୍ର ପରିସରରେ ଭୁବନେଶ୍ୱର ର କଳିଙ୍ଗ ହସ୍ପିଟାଲ ତରଫରୁ ଏକ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ ସାଂପ୍ରତୀକ ପରିସ୍ଥିତିରେ ମଣିଷର ସ୍ୱାସ୍ଥ୍ୟ ଗତ ସମସ୍ୟା ଲାଗିରହିଥିବା ବେଳେ ସବୁଠି ଏହି ସୁବିଧା ମିଳି ପାରୁନଥିବାରୁ ଏହି ଶିବିର ମାଧ୍ୟ୍ୟମରେ ସ୍ଥାନୀୟ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ l ଏଇ ଅବସରରେ କଳିଙ୍ଗ ହସ୍ପିଟାଲ ର ଅଭିଞ ଡାକ୍ତର ମାନଙ୍କ ଦ୍ୱାରା ୨ ସହ ପଚାଶ ରୁ ଉର୍ଦ୍ଧ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ଏହି ସ୍ବାସ୍ଥ୍ୟ ଶିବିର ରେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଅସ୍ଥି ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ହୃଦ ରୋଗ ବିଶେଷଜ୍ଞ, ଗ୍ୟାଷ୍ଟୋ ବିଶେଷଜ୍ଞ, ଚର୍ମ ରୋଗ ବିଶେଷଜ୍ଞ ରୋଗୀ ଦେଖିଥିବା ବେଳେ ନର୍ସ ମାନେ ସହାୟତା ପ୍ରଦାନ କରିଥିଲେ । ସତସଂଗ କେନ୍ଦ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସ୍ବର୍ଗତ ଶରତ ଚନ୍ଦ୍ର ମିଶ୍ର ଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରତିଭା ମିଶ୍ର, ସହ ପ୍ରତି ରିତ୍ତିକ ନଟବର ନାଥ, ରଘୁନାଥ ବସ୍ତିଆ, ଶୁଶାନ୍ତ କୁମାର ସତପଥୀ, ବିଭୁତି ଭୂଷଣ ମଲ୍ଲିକ ଉପସ୍ଥିତ ଥିବା ବେଳେ ସନ୍ତୋଷ କୁମାର ମହାରଣା, ରୋଜାଲିନ ମହାରଣା, ପୁଷ୍ପଶ୍ରୀ ବେହୁରା, କୁମୁଦିନୀ ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
(ଧର୍ମାନନ ସେଠି ଙ୍କ ଖବର )
