ମା ମଙ୍ଗଳଚଣ୍ଡୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବିଞ୍ଝାରପୁର(ଭଞ୍ଜଦୂତ :ବୀଜୟ କୁମାର ବାରିକ ନିପ୍ର)
ବିଂଝାରପୁର ବ୍ଲକ ଅଧିନସ୍ଥ ମଙ୍ଗଳଚଣ୍ଡୀ ପୀଠରେ ୨୨ ତାରିଖ ଠାରୁ ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ମା’ମଙ୍ଗଳଚଣ୍ଡିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ମା’ଙ୍କ ବିଗ୍ରହ ବିଜେ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ; ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମା’ ମଙ୍ଗଳଚଣ୍ଡିଙ୍କ ଶକ୍ତିପୀଠରେ ଶୁଭମଙ୍ଗଳ କାର୍ଯ୍ୟସୂଚୀ ଅନୁଯାଇ ପଣ୍ଡିତ ପର୍ଶୁରାମ ମିଶ୍ର ତଥା ବ୍ରହ୍ମା ଲକ୍ଷ୍ମଣ ଦାଶ ଏବଂ ସମସ୍ତ ବୈଦିକ ବିଦ୍ୱାନ ପଣ୍ଡିତଙ୍କ ଦ୍ବାରା କାର୍ଯ୍ୟ ସମ୍ପାଦନ କରାଯାଇଛି ।ରବିବାର ,ଅଙ୍କୁରୋପଣ ସୋମବାର: କଳସଯାତ୍ରା ସକାଳ ୮ଘ. ୩୦ମି. (ମଙ୍ଗଳବାର) : ଗର୍ଭାଧାନ (ବୁଧବାର) : ମହାସ୍ନାନ ଓ ଶୟନ (ଗୁରୁବାର) : ଦେବତାଙ୍କ ନ୍ୟାସ ଓ ମା’ଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ,୨୭.୦୨.୨୦୨୬ରିଖ (ଶୁକ୍ରବାର) ମା’ଙ୍କର ନୂତନ ମନ୍ଦିର ବିଜେ ଓ ପୂର୍ଣ୍ଣାହୂତି ଅପରାହ୍ଣ ୪. ୩୦ମି. ସମାପନ ହେବ ।।ଏଥି ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଘଟିକାରୁ ଆଧାତ୍ମିକ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାଦସେବନ ,ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଭକ୍ତିତୀର୍ଥ, ଭଜନ କଣ୍ଠଶିଳ୍ପୀ ମାଧବାନନ୍ଦ ଦାସ ଏବଂ ସାଥ୍ ପ୍ରାର୍ଥନା ଚ୍ୟାନେଲର ଅନ୍ତାକ୍ଷରୀ କାର୍ଯ୍ୟକ୍ରମର ସମସ୍ତ କଣ୍ଠଶିଳ୍ପୀଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।।ପ୍ରବଚକ ପାର୍ଥସାରଥ୍ ମହାନ୍ତି (ପ୍ରାର୍ଥନା ଓ ସିଦ୍ଧାର୍ଥ ଚ୍ୟାନେଲ୍ ପ୍ରବଚକ ଓ କଥାକାର ,ଶରଣାବିନ୍ଦ ଓଝା, ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରାର୍ଥନା ଚ୍ୟାନେଲର ପ୍ରବକ୍ତା ପ୍ରବଚକ ଜିତୁ ଦାସ ଓ ସାଥିମାନେ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ।।ସେସଦିନ
ତା୨୭,୦୨.୨୦୨୬ : ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ରହିଥିଲା।
