ପ୍ରାକୃତିକ ସମ୍ପଦ ସୁରକ୍ଷା ଓ ଲୋକ ଅଧିକାର ଯାତ୍ରା କୁ ଭବ୍ୟ ସମ୍ବର୍ଦ୍ଧନା
ଲାଭ ପାଇଁ ଶିଳ୍ପ ପ୍ରତିଷ୍ଠା ନ ହେଉ :
ଯାଜପୁର କଳିଙ୍ଗନଗର ଭଞ୍ଜଦୁତ : ପ୍ରଫୁଲ୍ଲ ସାମନ୍ତରା ପ୍ରାକୃତିକ ସମ୍ପଦ ର ସୁରକ୍ଷା ଓ ଲୋକଙ୍କର ଜୀବନ ଜିବିକା ଓ ସାମାଜିକ ନ୍ୟାୟର ଦାବିକୁ ନେଇ ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନର ରାଷ୍ଟ୍ରୀୟ ସମନ୍ୱୟ, ସେଣ୍ଟର ଫୋର କ୍ଲାଇମେଟ ଜଷ୍ଟିସ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରାକୃତିକ ସମ୍ପଦ ସୁରକ୍ଷା ଓ ଲୋକ ଅଧିକାର ଯାତ୍ରାକୁ କଳିଙ୍ଗନଗର ବିରଭୂମି ରେ ଭବ୍ୟ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି ଏବଂ ବିରଭୂମି ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି.ଏଥିରେ ଲୋକଶକ୍ତି ଅଭିଯାନ ର ଆବାହକ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡିଶା କୃଷକ ସଂଗଠନ ତଥା ଗନ୍ଧମାର୍ଧନ ସୁରକ୍ଷା ସମିତି ର ଲିଙ୍ଗରାଜ ପ୍ରଧାନ, ମିଥ୍ୟା ମୋକଦ୍ଦମା ବିରୋଧୀ ମଞ୍ଚ ଓଡିଶା ର ନରେନ୍ଦ୍ର ମହାନ୍ତି,ନିୟମଗିରି ସୁରକ୍ଷା ସମିତି ର ରାଜକିଶର ସୁନାନୀ, କଲ୍ୟାଣ ଆନନ୍ଦ ଙ୍କ ସହ ବିଶିଷ୍ଟ ଗାନ୍ଧି ସ୍ମାରକି ନିଧି ର ଡ଼ଃ ବିଶ୍ୱଜିତ ରାୟ ପ୍ରମୁଖ ଯୋଗଦେଇଥିଲେ.ଏବଂ ପ୍ରତିଟି ରାଜନୈତିକ ଦଳ ସରକାର ଏବଂ ଲୋକଙ୍କୁ ସଚେତନ କରିବା ପାଇଁ
ଲୋକ ଅଧିକାର ଯାତ୍ରା ର ଶୁଭାରମ୍ଭ ହୋଇଥିବା ସମ୍ପର୍କ ରେ ଗ୍ରୀନ ନୋବେଲ ବିଜେତା ନିଜ ବୋକ୍ତବ୍ୟ ରେ କହିଛନ୍ତି ଯେ କଳିଙ୍ଗନଗର ଇତିହାସ ସମଗ୍ର ଦେଶ ବିଶ୍ୱ କୁ ସ୍ତବ୍ଧ କରିଦେଇଥିଲା.ଏ ମାଟି ପାଇଁ ଲୋକଙ୍କ ଅଧିକାର ପାଇଁ ରାଷ୍ଟ୍ର ନୀତି ର ଦମନ ମୂଳକ ନୀତି ଭାରତ ବର୍ଷ ରେ ଏଭଳି ଘଟଣା ଓଡ଼ିଆ ସହ ଦେଶରେ ଜାରି ରହିଛି. ଆମ ଦେଶର ଅଧିଙ୍କାଶ ରାଜନୈତିକ ଦଳ, ଏବଂ ସରକାର କମ୍ପାନୀ କମ୍ପାନୀ ମାନଙ୍କର ନିୟନ୍ତ୍ରଣ ରେ ରହିଛନ୍ତି. ସାମ୍ରାଜ୍ୟ ବାଦୀ ପୁଞ୍ଜିବାଦଶକ୍ତି କୋଵଜା ରାଷ୍ଟ୍ରର ନୀତି କୁ କୋଵଜା କରି ରଖିଛନ୍ତି.ଏବେବି ସିଜିମାଳି ଠାରୁ କେଉଁଝର ପର୍ଯ୍ୟନ୍ତ ଲଢେଇ ଜାରି ରହିଛି. ବିଶେଷକରି ଏ କଳିଙ୍ଗନଗର ଭୂମି ଡାକରା ଦିଏ ଲଢେଇ କରି ବଞ୍ଚିହୁଏ. ଯେଉଁମାନେ ଭାବୁଥିଲେ ଆମେ ଗୁଳି କରି ଶିଳ୍ପ ସ୍ଥାପନା କରିଛୁ ଇତିହାସ କଦାପି କ୍ଷମା ଦେବନି. ଏବେବି ଓଡିଶା ରେ ବିଭିନ୍ନ ସ୍ଥାନରେ ପୋଲିସ କୁ ନ ଡରି ଲୋକେ ଲାଠି ଖାଉଛନ୍ତି ଜେଲ ମଧ୍ୟ ଯାଉଛନ୍ତି. ହେଲେ ନିଜ ଭିଟାମାଟି ପାଇଁ ଲଢୁଛନ୍ତି. ୟେ ଶିଳ୍ପାୟାନ ଜରିଆରେ ବଡ଼ ବଡ଼ କମ୍ପାନୀ ଲାଭବାନ ହେଇଛନ୍ତି. ଯେଉଁ ମାନେ ଜମିବାଡ଼ି ଦେଇଛନ୍ତି କିଡ଼ନୀ କ୍ୟାନସର ରୋଗରେ ପୀଡିତ ହେଉଛନ୍ତି. ସେମାନଙ୍କପାଇଁ ଫ୍ରି ସ୍ୱାସ୍ଥ୍ୟସେବା ଉଭାନ ହୋଇଯାଉଛି. ଲୋକେ ଜିବିକା ପାଇବା ବଦଳ ରେ ଜିବିକା ହରାଉଛନ୍ତି. ୟେ ଯାତ୍ରାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଭିତରେ ଚେତନା ସୃଷ୍ଟି କରିବା ସହ ରାଜନୈତିକ ଦଳ ଗୁଡିକୁ ପ୍ରଶ୍ନ କରିବା. ଏବଂ ଯେଉଁ ଶିଳ୍ପ ଲୋକଙ୍କୁ କାମ ଦେବ ସେ ଶିଳ୍ପର ଆବଶ୍ୟକତା ଉପରେ ତର୍ଜମା କରି ଲୋକଙ୍କ ହିତରେ ଆସିପାରୁଥିବା ଶିଳ୍ପ ପ୍ରତିଷ୍ଠା କରିବା ନଚେତ କେବଳ ଲାଭ ପାଇଁ ମଣିଷଙ୍କୁ ମାରି ଶିଳ୍ପ ସ୍ଥାପନା କରିବା ଠିକ ନୁହେଁ. ସୁଦ୍ଧବାୟୁ କୁ ବିଷାକ୍ତ କରି ବିକାଶ ନାଁ ରେ ବିନାଶ କରିବା ଉପରେ ସଚେତନତା ପାଇଁ ଏହି ଯାତ୍ରା ଆରମ୍ଭ ହୋଇଥିବା ସମ୍ପର୍କ ରେ ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ନିଜର ବକ୍ତବ୍ୟ ରଖିଥିଲେ.ଏବଂ
ବୁଧବାର ଅପରାହ୍ନ ରେ ସିଭିଲ ସୋସାଇଟି ଯାଜପୁର, ଆଦିବାସୀ ସମାଜ,ଦଳିତ ଅଧିକାର ମଞ୍ଚ ଓ ଜିଲ୍ଲାର ଗଣ ସଂଗଠନ ସମୂହ ପକ୍ଷରୁ ବିଶ୍ୱନାଥ ପାତ୍ର, ଧନେଶ୍ବର ଟୁଡୁ, ଡୁକୁର ସାମାଡ଼, ରାଜା କିସକୁ ଧର୍ମପଦ ମଲ୍ଲିକ, ବିଜୟ ଦାସ, ଜଗନ୍ନାଥ ମଲ୍ଲିକ, ଦୁଷ୍ମନ୍ତ ଜେନା, ବାବନ ମଲ୍ଲିକ ବଉଳ ମଲ୍ଲିକ, ଚମ୍ପା ମଲ୍ଲିକ ଙ୍କ ନେତୃତ୍ୱ ରେ ଏକ ପଦଯାତ୍ରା କରି ସହୀଦ ବିର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହି ସଭାର ଆୟୋଜନ କରାଯାଇଥିଲା l
