**ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ମହୋତ୍ସବ ୨୦୨୬ ଉଦଯାପିତ, ଷ୍ଟାର ନାଇଟ ରେ ବଲିଉଡ ଗାୟିକା ପଲକ୍ ମୁଛଲ ଙ୍କ ଗାୟିକିରେ ବିଭୋର ଜନତା,।*
ନୂଆପଡା( ମିଖାଏଲ ନନ୍ଦ)
ତା:୨୫.୦୨.
ନୂଆପଡ଼ା ଜିଲ୍ଲା ପ୍ରମୁଖ ସହର ଖରୀଆର ରୋଡ ବାରେ ୪ ଦିନ ବ୍ୟାପୀ ଚାଲିଥିବା ଖରୀଆର ରୋଡ ମହୋତ୍ସବ ୨୦୨୬ ଉଦଯାପନୀ ସନ୍ଧ୍ୟା। ଉଦଯାପନୀ ଦିବସ ରେ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାସ ଯୋଗ ଦେଇ ଭାଷା ସାହିତ୍ୟ ସଂସ୍କୃତି ର ବାର୍ତ୍ତବହ ମହୋତ୍ସବ। ନୂଆପଡ଼ା ଜିଲ୍ଲା ପରିଚୟ ପରିବର୍ତ୍ତନ ହୋଇଅଛି। ଅବହେଳିତ ଜିଲ୍ଲା ନୁହଁ ବିକଶିତ, ଉନ୍ନତ,ସମ୍ଭାବନାର ଜିଲ୍ଲା ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଖରୀଆର ରୋଡ ମିନି ମୁମ୍ବାଇ ବୋଲି ଅକ୍ଷା ଦେଇଥିଲେ। ସେହିପରି କୋଶଳୀ ଦିବସ ପାଇଁ ତାଙ୍କ ଅଭିଭାଷଣ କୋସଲି ଭାଷାରେ ରଖିଥିଲେ। ଅନ୍ୟତମ ଅତିଥି ରୂପେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଏନ୍ ଏ ସି ଅଧ୍ୟକ୍ଷା ଡଃ.ସୋନିଆ ଜୈନ୍, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତରେଶ୍ୱରୀ ସାହୁ, ପାଳନ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହି ମହୋତ୍ସବ କୁ ସଫଳିଭୂତ କରିବା ପାଇଁ ସମଷ୍ଟଙ୍କୁ ଧନ୍ୟବାଦ ଦେଇଥିଲେ। ସଙ୍ଗୀତ ସନ୍ଧ୍ୟା ରେ ଷ୍ଟାର ନାଇଟ ବଲିଉଡ ଗାୟିକା ପଲକ୍ ମୁଛଲ ଙ୍କ ଗୟିକିରେ ଦର୍ଶକ ବିମୋହିତ ହୋଇଥିଲେ।
