ଜଳ ବିଭାଜିକା ପ୍ରକଳ୍ପ ତରଫରୁ ତାଲିମ୍ ପ୍ରାପ୍ତ ମହିଳାମାନଙ୍କୁ ସିଲେଇ ତାଲିମର ପ୍ରମାଣ ପତ୍ର ବଣ୍ଟନ ।
ଗଜପତି ( ଟିକି ଲିମା)
ମୂର୍ତ୍ତିକା ସଂରକ୍ଷଣ ଓ ବନବିଭାଜିକା ( WDC-PMKSY 2. 0 ) PIA ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ତରଫରୁ ତିନିଗୋଟି କ୍ଲୋଷ୍ଟର ମହିଳା ଯଥା ହିମାଳୟା, ନିଳିମା ଠାକୁରାଣୀ ଓ ଉମାମାହେଶ୍ୱରୀ ଏହି ତିନିଗୋଟି କ୍ଲୋଷ୍ଟର ୭୫ ଜଣ ମହିଳା ସଙ୍ଗର ସଦସ୍ୟଙ୍କୁ ୩୦ ଦିନିଆ ମହିଳା ସିଲେଇ ତାଲିମର ଉଦଯାପନୀ ଦିବସରେ ସିଲେଇ ତାଲିମର ପ୍ରମାଣ ପତ୍ର ବଣ୍ଟନ ସମାରୋହ ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ଶିଆଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକାର ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ସହ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା କାଶୀନଗର ବ୍ଲକର କୁମାରୀ ରଶ୍ମି ରେଖା ନାୟକ ( SCO ) ଶ୍ରୀଯୁକ୍ତ ବିଭୂତି ଭୂଷଣ ମଲିକ୍, ( SCEW ଭକ୍ତ ନାଥ ବେହେରା, ସିଆଳି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ରାମ ପ୍ରସାଦ ପଟ୍ଟନାୟକ , ତିନିଜଣ ଅଣୁ ଜଳବିଭାଜିକାର ସଭାପତି, ସମ୍ପାଦକ, ତାଲିମ୍ ଦାତା ଏବଂ ତାଲିମ୍ ଅନୁଷ୍ଠାନର RSDE Pvt Ltd ବଲାଙ୍ଗୀର ଜିଲ୍ଲାର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ତରଣୀ ସେନ୍ ମେହେର ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା । ଜଳ ବିଭାଜିକା ଅଧିନରେ ଏହି ଦକ୍ଷତା ବିକାଶ ତାଲିମ୍ ଗ୍ରାମସୁରରେ ଅନୁଷ୍ଠିତ ହୋଇଥିବା ହେତୁ ଉକ୍ତ ଗ୍ରାମର ମହିଳା ମାନେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗକୁ ଧନ୍ୟବାଦ୍ ଜଣାଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ଦକ୍ଷତା ବିକାଶ ମହିଳାଙ୍କୁ ସସକ୍ତ ହେବା ସହିତ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ମହିଳମାନଙ୍କୁ ବକ୍ତବ୍ୟ ଦେଇ ଉତ୍ସାହ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ତାଲିମ୍ ଅନୁଷ୍ଠାନ RSDE Pvt Ltd ବଲାଙ୍ଗୀର ଜିଲ୍ଲାର କର୍ମକର୍ତ୍ତା ଶ୍ରୀ ଲକ୍ଷ୍ମଣ ଜାନୀ, ଶ୍ରୀ ଧିରେନ୍ କୁମାର ରଣା ସୁନ୍ଦର ଭାବେ ପରିଚାଳନା କରି ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
