*ଋଷିପୀଠ ଯୋଗୀମଠ ମହୋତ୍ସବ ପାଳନ ନେଇ ଆଜି ଶୁଭାରମ୍ଭ ସ୍ଥାପନ ଉତ୍ସବ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୨.୦୨.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା କଲେଜ୍ ପଡ଼ିଆରେ ଆସନ୍ତା ଏପ୍ରିଲ ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଋଷିପୀଠ ଯୋଗୀମଠ ମହୋତ୍ସବ। ଆଜି ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ରେ କର୍ତ୍ତାରୂପେ ଉଗ୍ର ମାଧବ ମାଝୀ ଓ ବୁଦାଙ୍ଗ ଜାନି ରହିଥିବା ବେଳେ ପୂଜକ ରୂପେ କମଳ ଲୋଚନ ଜାନି ଯୋଗ ଦେଇଥିଲେ। ଗୁଜରାତି ଝାଙ୍କର , ଭଗବାନ ଦାଶ ଓ ନରେଶ ମାଝୀ। ମାଆ ରିସିପିଟେନ ଓ ଗଢିଏନଙ୍କ ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏଥିରେ ଋଷିପୀଠ ଯୋଗୀମଠ ମହୋତ୍ସବ ପାଳନ କମିଟିର ସମସ୍ତ ସଦସ୍ୟଙ୍କ ସମେତ ଖଡ଼ିଆଳ ବ୍ଲକର ତୁକଲା, ରିଷିଗାଁ, ଖାସବାହାଲ, ବଡ ଦୋହେଲ, ଦୋହେଲ ପଡ଼ା ଓ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବୋଲଧା ଗ୍ରାମ ପଞ୍ଚାୟତର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଖଡ଼ିଆଳ ବ୍ଲକ ରିଷିଗାଁ ଗ୍ରାମରେ ଥିବା ଯୋଗୀମଠ ପାହାଡ଼ର ଏକ ଗୁମ୍ଫାରେ ଆଦିମ ମାନବ ମାନଙ୍କ କିମ୍ବଦନ୍ତୀ ଆଜିବି ଦଣ୍ଡାୟମାନ ହୋଇଛି, ଯାହାକି ଖ୍ରୀଷ୍ଟ ପୂର୍ବ ଦଶ ହଜାର ବର୍ଷର ବୋଲି ଖଡ଼ିଆଳର ଭୂତପୂର୍ବ ରାଜା ଡଃ ଜିତାମିତ୍ର ସିଂ ଦେଓ ଦାବି କରିଥିଲେ। ସେହିପରି ରିଷିପିଟି ପାହାଡ଼ରେ ମାଆ ରିସିପିଟିଏନ୍ ପୂଜା ପାଉଥିବା ବେଳେ ରାଜ୍ୟ ସରକାର ଏହି ଦୁଇ ପାହାଡକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପୂର୍ବକ ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି। ଏହି ଦୁଇ ଐତିହାସିକ ପାହାଡର ଉନ୍ନତିକରଣ ପାଇଁ ୨ କୋଟି ଲେଖାଏଁ ଆର୍ଥିକ ବ୍ୟବସ୍ଥା କରିଛନ୍ତି। ନୂତନ କଳେବର ହେବ ଦୁଇ ଐତିହାସିକ ପାହାଡ। ଏହି ଅଞ୍ଚଳ ର କଳା ସାହିତ୍ୟ ସଂସ୍କୃତି ଏବଂ ଲୋକ ପରମ୍ପରା ଉଜ୍ଜୀବିତ କରିବାର ପ୍ରୟାସ ଅଟେ।
