ଚିନାବାଦାମ ଓ ସୂର୍ଯ୍ୟମୁଖୀ ଚାଷୀଙ୍କୁ ତାଲିମ ପ୍ରଦାନ
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୧-୦୨
ନୂଆପଡ଼ା ଜିଲ୍ଲା ପିପଲଛେଣ୍ଡି ଗ୍ରାମରେ ୟାର ଅନୁଷ୍ଠାନ ସଭାପତି ମହେନ୍ଦ୍ର କୁମାର ଯୋଶୀଙ୍କ ଅଧ୍ୟକ୍ଷତାରେ ଚିନାବାଦାମ ଓ ସୂର୍ଯ୍ୟମୁଖୀ ଚାଷୀଙ୍କୁ ନେଇ ଅନୁଷ୍ଠିତ ତାଲିମ ଶିବିରରେ ସରପଞ୍ଚ ବିଭୀଷଣ ମାଝି, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ,କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମା ପ୍ରଧାନ,ଇକ୍ରିସେଟ ରୁ ପ୍ରଦୀପ କୁମାର ସେଠୀ ପ୍ରମୁଖ ଯୋଗଦାନ କରିଥିଲେ । ଚାଷୀଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହିତ ସମସ୍ୟାର ସମାଧାନ କିପରି କରାଯାଇପାରିବ ସେଥିପ୍ରତି ଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ବିଶେଷ କରି ଚିନାବାଦାମ ଓ ସୂର୍ଯ୍ୟମୁଖୀରେ ଲାଗୁଥିବା ରୋଗ ପୋକ ନିୟନ୍ତ୍ରଣ,ସଠିକ୍ ସମୟରେ ସାରର ପ୍ରୟୋଗ ଏବଂ ଏହି ଚାଷରୁ କିପରି ଅଧିକ ଉତ୍ପାଦନ ହୋଇ ପାରିବ ତାହାରି ଉପରେ ଚାଷୀଙ୍କୁ ସଚେତନ କରାଇବା ସହ ପରାମର୍ଶ ଦେଇ ଥିଲେ । ଚାଷୀ କିପରି ସ୍ବାବଲମ୍ବୀ ହୋଇ ପାରିବେ,ତାଙ୍କର ଆୟକୁ କେମିତି ଦ୍ଵିଗୁଣିତ କରିପାରିବେ ସେଥି ସକାଶେ ସରକାରଙ୍କ ବିଭିନ୍ନ ବିଭାଗ ସହ ୟାର ଅନୁଷ୍ଠାନ ସମନ୍ୱୟ ରଖି ଚାଷୀଙ୍କ ପାଇଁ ଚେଷ୍ଟା ଜାରି ରଖି ଚାଲିଛି ।ଏହି ଅବସରରେ କ୍ଷେତ୍ର ପରିଦର୍ଶନ ଏବଂ ପିପଲ ଛେଣ୍ଡି ଗ୍ରାମ ଓ ଆଖପାଖ ଗ୍ରାମର ୬୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ତୈଳ ବୀଜ, ସାର ଓ କୀଟନାଶକ ଔଷଧ ବଣ୍ଟନ କରାଯାଇଥିଲା ।ପରିଶେଷରେ ସରପଞ୍ଚ ବିଭୀଷଣ ମାଝି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
